ନୂଆପଡ଼ା ରେଞ୍ଜର ବନିତା ଭୋଇଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଖଡିଆଳ ଡିଏଫ୍‌ଓଙ୍କୁ ଭେଟିଲା ଅମଲା ସଂଘ

ଖଡିଆଳ : ନୂଆପଡ଼ା ରେଞ୍ଜର ବନିତା ଭୋଇଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଓଡିଶା ଅମଲା ସଂଘର ପ୍ରତିନିଧି ଦଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀଙ୍କୁ ଭେଟିଛନ୍ତି । ସୂଚନା ଅନୁସାରେ, ଖଡିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ରାମାଧର ଚଳାନଙ୍କୁ ଗତ ୨୦ ତାରିଖରେ ନୂଆପଡ଼ା ସଦର ବ୍ଲକ୍‌ ରେଞ୍ଜର ବନିତା ଭୋଇଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଅମଲା ସଂଘର ସୁକାନ୍ତ ମହାପାତ୍ର, ଅଭିମନ୍ୟୁ ମହାନନ୍ଦ, ରୁପକେଶ୍ୱରୀ ଦଳେଇ, ଭାବଗ୍ରାହୀ ନାୟକ, ଭବାନୀ ବିଶ୍ୱାଳଙ୍କ ସମେତ ରାମାଧର ଚଳାନ ଓ ସଂଘର ନୂଆପଡା ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିପାଠୀଙ୍କୁ ଭେଟି ଆଲୋଚନା କରିଥିଲେ । ଡିଏଫଓ ଶ୍ରୀ ତ୍ରିପାଠୀ ଆଜି ସବିଶେଷ ରିପୋର୍ଟ ଦେବେ ବୋଲି କହିଥିଲେ ।

Leave A Reply

Your email address will not be published.

11 + 13 =