୧୮ କେଜି ଗଞ୍ଜେଇ ସହ ଗାଡି ଜବତ, ଡ୍ରାଇଭର ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ଦ୍ୱାରା ଆଜି ଭୋର ସକାଳୁ ଏକ ଗଂଜେଇ ଗାଡି ଜବତ କରାଯାଇଥିବା ବେଳେ ଚାଳକକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଆଜି ଭୋର ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ପାଟଣାଗଡ ପଦ୍ମପୁର ରାସ୍ତାର ଲରମ୍ଭା ଥାନା ଅନ୍ତର୍ଗତ ଝରନିପାନି ଗ୍ରାମ ନିକଟରେ ଅଟକିଥିବା ବେଳେ ଏକ ସ୍ୱିଫ୍ଟ ଡିଜାୟାର କାର ନଂ ଓଡି.୦୩.କ୍ୟୁ.୮୮୧୮ରେ ପଦ୍ମପୁର ପଟୁ ପାଟଣାଗଡ ପଟକୁ ଆସୁଥିବା ବେଳେ ତାକୁ ଅଟକାଇଥିଲେ । ଡ୍ରାଇଭର ଜଣକ ଅବକାରୀ ବିଭାଗକୁ ଦେଖି କିରାବାହାଲ ରାସ୍ତାରେ ଦୃତ ଗତିରେ ପଳାଇଥିଲେ ।

ତେବେ ଅବକାରୀ ଟିମ ପଛରୁ ପିଛା କରୁଥିବା ବେଳେ କିରାବାହାଲ ଗ୍ରାମର କିଛି ଲୋକ ଗାଡିକୁ ଅଟକାଇ ଥିଲେ । ଅବକାରୀ ଟିମ ସେଠାରୁ ଡ୍ରାଇଭର ତରଣୀ ବାଗକୁ ଗିରଫ କରି ଗାଡିରୁ ୧୮ କେଜି ଗଂଜେଇ ଜବତ କରିଥିଲେ । ତରଣୀ ବାଗଙ୍କ କହିବାନୁଯାୟୀ ଲରମ୍ଭା ଥାନା ଅନ୍ତର୍ଗତ ଗଉଡପାଲି ଗ୍ରାମରୁ ପାଟଣାଗଡ ଥାନା ଅନ୍ତର୍ଗତ ଝୁଲେନବର ଗ୍ରାମକୁ ସେ ଗଂଜେଇ ଆଣୁଥିଲେ । ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ଅଭିଯୁକ୍ତ ତରଣୀ ବାଗକୁ ପାଟଣାଗଡ କୋର୍ଟକୁ ନିଆଯାଇଥିଲା । ସେଠାରେ ତାର ଜାମିନ୍ ନାମଂଜୁର ହେବାରୁ ତାକୁ ପାଟଣାଗଡ ଜେଲକୁ ପଠାଯାଇଛି । ଏହି ଚଢାଉରେ ଅବକାରୀ ଉପଅଧିକ୍ଷକ ଅରୁଣ କୁମାର ଯୋଷୀ, ଏ.ଏସ.ଆଇ. ଜି. କୁମ୍ଭାର, ହାବିଲଦାର ଜେ ମଲ୍ଲିକ, ଆର. ଷଡଙ୍ଗୀ ଏବଂ ଟି. ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 + 20 =

error: Content is protected !!