ଘୁନସରରେ କୋଭିଡ଼ ପରୀକ୍ଷା, କୋଭିଡ଼ ପରୀକ୍ଷା ପାଇଁ କୀଟ୍‌ ଅଭାବ : ନିରାଶ ହୋଇ ଫେରିଗଲେ ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ବୃଦ୍ଧି ପାଉଛି ସାରା ରାଜ୍ୟରେ । ଏବେ ଚିନ୍ତାରେ ଲୋକେ । କରୋନା ମହାମାରୀ ସଙ୍ଗେ ଲଢେଇ କରୁଛି ମଣିଷ । କେତେବେଳେ ହାରି ଯାଉଛି ତ ଆଉ କେତେବେଳେ ମଣିଷ ବିଜୟ ଲାଭ କରିଛି । ହେଲେ କରୋନା ମହାମାରୀକୁ ନେଇ ପ୍ରଶାସନ ପକ୍ଷରୁ ସଚେତନତା ଜାରି ରହିଥିବା ବେଳେ ଅମାନିଆଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯାଉଛି । ତେବେ କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି ।ଅନେକ ସ୍ଥାନରେ କୋଭିଡ଼ ପରୀକ୍ଷା ମଧ୍ୟ କରାଯାଉଛି । ହେଲେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଜଣଙ୍କ କୋଭିଡ଼ ପରୀକ୍ଷା କରାଯାଇ ଥିବା ବେଳେ ୮ ଜଣଙ୍କ କରୋନା ପୋଜିଟିଭ ଚିହ୍ନଟ ହୋଇଥିଲା ଓ ଅନ୍ୟ ମାନଙ୍କ ରିପୋର୍ଟ କିଛି ଦିନ ମଧ୍ୟରେ ଆସିବ ବୋଲି ମଧ୍ୟ କୁହାଯାଉଥିଲା । କିନ୍ତୁ କୋଭିଡ଼ ପରୀକ୍ଷା କରିବାକୁ ଆସିଥିବା ବେଳେ କୀଟ୍‌ ଅଭାବ ଦେଖା ଦେଇଥିବା ଯୋଗୁଁ ନିରାଶ ହୋଇ ଫେରି ଯାଇଥିଲେ କିଛି ଲୋକ । ଅନେକ ଗ୍ରାମରେ ଘରେ ଘରେ ଲୋକଙ୍କୁ ଜ୍ଵର ହୋଇଛି ଓ ଅନେକ ଲୋକେ କରୋନା ଭୟରେ ପରୀକ୍ଷା କରିବାକୁ ଭୟ କରୁଛନ୍ତି । ଯାହା ଫଳରେ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି ।ପ୍ରଶାସନ ପକ୍ଷରୁ ଅନେକ ସଚେତନତା ଅଭିଯାନ କରାଯାଉଥିଲେ ମଧ୍ୟ ଭୟରେ ପରୀକ୍ଷା ମଧ୍ୟ ହେଉନ ଥିବା ଦେଖିବାକୁ ମିଲିଛି । ଅନ୍ୟପଟେ ଡୁଙ୍ଗୁରିପାଲି ପଞ୍ଚାୟତ ଟୁର୍ଚ୍ଚାଉପେର ଗାଁରେ କିଛି କ୍ୱାକ ମାନେ ଆସି କରୋନାରୁ ମୁକ୍ତ ହୋଇଯିବ ବୋଲି ଚିକିତ୍ସା କରି କିଛି ନକଲି ଔଷଧ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଅପହଞ୍ଚ ଅଞ୍ଚଳରେ କ୍ୱାକ୍‌ ମାନଙ୍କ ପ୍ରାଦୃର୍ଭାବ କରୋନା ମହାମାରୀ ମୁକାବିଲାରେ ପ୍ରତିବନ୍ଧକ ସାଜିଥିବା ଆଇନଜୀବୀ ଜପେଶ୍ଵର ଯାନୀ ଅଭିଯୋଗ କରିଛନ୍ତି । ତେବେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗାଁ ଗାଁରେ ସଚେତନତା ଅଭାବ ଯୋଗୁଁ ଲୋକେ ମାସ୍କ ବ୍ୟବହାର କରିବା ମଧ୍ୟ ଦେଖିବାକୁ ମିଳୁନାହିଁ । ତେବେ ବ୍ଳକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ କୋଭିଡ଼ ପରୀକ୍ଷା କରାଯାଉ ଥିବା ବେଳେ ଆବଶ୍ୟକ ଅନୁଯାୟୀ କୀଟ୍‌ କୋଭିଡ଼ ପରୀକ୍ଷା କେନ୍ଦ୍ରରେ ଉପଲବ୍ଧ ହେଉ ବୋଲି ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଅଭିଯୋଗ କରିଛନ୍ତି । ଘୁନସର କୋଭିଡ଼ ପରୀକ୍ଷା ସମୟରେ ସ୍ୱାସ୍ଥ୍ୟ ବିଭାଗର ମହେନ୍ଦ୍ର ରଣା, ପଲ୍ଲବୀ ସାହୁ, ସ୍ୱଦାମିନୀ କୁମ୍ଭାର ଉପସ୍ଥିତ ରହି କୋଭିଡ଼ ପରୀକ୍ଷା କରିଥିଲେ ।

Leave A Reply

Your email address will not be published.

ten − seven =