om academy

୨୪ ଘଂଟାରେ ରାଜ୍ୟରେ ୧୧,୮୦୫ ଆକ୍ରାନ୍ତଙ୍କ ସଂଖ୍ୟା : ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୬,୪୭୧ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୧୯୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୬୮, ବାଲେଶ୍ୱରରୁ ୩୦୩, ବରଗଡ଼ରୁ ୪୨୧, ଭଦ୍ରକରୁ ୩୦୦, ବଲାଙ୍ଗିରରୁ ୩୫୮, ବୌଦ୍ଧରୁ ୨୪୬, କଟକରୁ ୧୧୯୭, ଦେବଗଡ଼ରୁ ୧୦୯, ଢେ଼ଙ୍କାନାଳରୁ ୨୮୦, ଗଜପତିରୁ ୧୧୫, ଗଂଜାମରୁ ୩୩୧, ଜଗତସିଂହପୁରରୁ ୨୭୪, ଯାଜପୁରରୁ ୩୯୨, ଝାରସୁଗୁଡ଼ାରୁ ୩୨୭, କଳାହାଣ୍ଡିରୁ ୩୭୭, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୧୪୭, କେଉଁଝରରୁ ୧୮୮, ଖୋର୍ଦ୍ଧାରୁ ୧୪୧୪, କୋରାପୁଟରୁ ୧୯୬, ମାଲକାନଗିରିରୁ ୯୪, ମୟୁରଭଂଜରୁ ୩୭୪, ନବରଂଗପୁରରୁ ୨୩୯, ନୟାଗଡ଼ରୁ ୨୮୦, ନୂଆପଡ଼ାରୁ ୩୦୭, ପୁରୀରୁ ୩୮୮, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୫୫୩, ସୋନପୁରରୁ ୨୧୪, ସୁନ୍ଦରଗଡ଼ରୁ ୧୨୦୯ ଓ ଷ୍ଟେଟ ପୁଲ୍‌ରୁ ୨୮୪ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.