ଆର୍ଯ୍ୟପଲ୍ଲୀ ମେରାଇନରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ସ୍ଥିତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରଭାତ କୁମାର ବେହେରା ଅବସ୍ଥାପିତ ହୋଇଛନ୍ତି । ଶ୍ରୀ ବେହେରା ଆଜି ଆନୁଷ୍ଠାନିକ ଭାବେ ଯୋଗଦେଇ କାର୍ୟ୍ୟଭାର ଗ୍ରହଣ କରିଛନ୍ତି । ସେ ଏଥି ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ ଥାନାର ଆଇ.ଆଇ.ସି. ଭାବେ କାର୍ୟ୍ୟ କରୁଥିଲେ । ୨୦୧୦ ବ୍ୟାଚର ଏହି ଅଧିକାରୀ ପ୍ରଥମେ ଏସ.ଆଇ. ଭାବେ ମାଲକାନଗିରିର ମାଥିଲି ଥାନାରେ ଅବସ୍ଥାପିତ ହୋଇଥିଲେ । ସେ ସବ- ଇନିସ୍ପେକ୍ଟର ଭାବେ ୨୦୧୨ ମସିହା ଯାଏଁ କାର୍ୟ୍ୟ କରିଆସିଥିଲେ । ମାଲକାନଗିରି ଓ କଳାହାଣ୍ଡି ପୋଲିସ ଜିଲ୍ଲାର ବିଭିନ୍ନ ପଦବୀରେ ରହି କାର୍ୟ୍ୟ ସୂଚାରୁ ରୂପେ ତୁଲାଇ ଆସିଥିଲେ । ଗୋପାଳପୁର ବନ୍ଦର ଅଞ୍ଚଳ ତଥା ମେରାଇନ ଥାନା ଅଧୀନ ଅଞ୍ଚଳରେ ନାଇଟ୍‌ ପେଟ୍ରୋଲିଂ ଜାରି ରହିବା ସାଂଗକୁ ଚୋରୀ, ରାହାଜନୀ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଭୂ-ସମ୍ପତ୍ତି, ସାମୁଦ୍ରିକ ଦ୍ରବ୍ୟ- କଞ୍ଚାମାଲ, ଆଇ.ଅର.ଇ.ଏଲ.ଇଣ୍ଡିଆ ଲିମିଟେଡ଼ ଏବଂ ଗୋପାଳପୁର ପୋର୍ଟ ଲିଃ. ଅଞ୍ଚଳର ସୁରକ୍ଷା ସହ ଲୋକଙ୍କ ଧନଜୀବନ ଉପରେ ନିରାପଦ ମଣିବା ଭଳି କାର୍ୟ୍ୟ ସୂଚାରୁ ରୂପେ ତୁଲାଇବାରେ ସହାୟକ ହେବେ ବୋଲି ଆଇ.ଆଇ.ସି. ଶ୍ରୀ ବେହେରା ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.

ten − 2 =

error: Content is protected !!