jayashree

ଦାରିଙ୍ଗବାଡିରୁ କର୍ଣ୍ଣାଟକକୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ : ୩ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ । ୨୩ କେଜି ଗଞ୍ଜେଇକୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୩ ହେଲେ ଉକ୍ତ ଥାନା କାଡ଼ଶପାଟା ଗ୍ରାମର ଦୁର୍ଗା ପ୍ରଧାନ ଏବଂ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁର ୟସବନ୍ତପୁର ଥାନା ଅଞ୍ଚଳର ସୈଫ ଅଲିଖାନ(୩୧ )ଏବଂ ମୁଜିର ଅହମ୍ମଦ (୨୭) ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି । ବାହାର ରାଜ୍ୟର ଏହି ୨ ବ୍ୟବସାୟୀଙ୍କୁ ସ୍ଥାନୀୟ ଅଞ୍ଚଳର ଦୁର୍ଗା ପ୍ରଧାନ ଗଞ୍ଜେଇ ଯୋଗାଉଥିଲେ । ପୋଲିସ କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ-ଗଞ୍ଜାମ ସୀମା ବାଇମାଲା ନିକଟରେ ମାଡ଼ି ବସିଥିଲା । ସେମାନଙ୍କ ଠାରୁ ଗଞ୍ଜେଇ ସମେତ ୨ଟି ମୋବାଇଲ ଓ ଏକ ହଳଦିଆ ରଙ୍ଗର ସ୍କୁଟିକୁ ପୋଲିସ ଜବତ କରିବା ସହ ଏକ ମାମଲା (୧୫୨/୨୬)ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଆଇଆଇସି ଜେନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.