om academy

ଗାଇସିଲାଟ ଠାରେ ଗଙ୍ଗାଧର ମେହେର ଜୟନ୍ତୀ

jsm
  • ଆଦର୍ଶ ଶବ୍ଦ ଚୟନ ହିଁ ମେହେର ସାହିତ୍ୟର ମାନବବାଦ ଆଦର୍ଶକୁ ପ୍ରମାଣିତ କରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଶବ୍ଦ ଚୟନ ମାଧ୍ୟମରେ ମାନବିକତାର ଆଦର୍ଶ ସାହିତ୍ୟରେ ପ୍ରକଟିତ ହେଇଛି । ସାହିତ୍ୟର ଚରିତ୍ର ମାଧ୍ୟମରେ ସମାଜର ପ୍ରତ୍ୟେକ ଛବିକୁ ଚିତ୍ରଣ କରିବାରେ ସେ ଥିଲେ ରୁଦ୍ଧିମନ୍ତ, ଶୁଚିମନ୍ତ ବୋଲି ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟରେ ଆୟୋଜିତ ସଭାରେ ବକ୍ତା ମାନେ ମତପ୍ରକାଶ କରିଛନ୍ତି । ଗାଇସିଲାଟ ଶିଶୁମନ୍ଦିର ପ୍ରାଙ୍ଗଣରେ ଦିବାକର ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆ, ପ୍ରାଧ୍ୟାପକ ମାନଭଞ୍ଜନ ପଧାନ ମୁଖ୍ୟବକ୍ତା ଅଧ୍ୟାପକ ଜୟକେତନ ତ୍ରୀପାଠୀ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ସୁଦର୍ଶନ ବାରିକ, ଇଶା ପୁରୋହିତ, ତୃପ୍ତି ସାହୁ ସ୍ୱଭାବ କବିଙ୍କ ରଚନାରୁ ସଂଗୀତ ପରିବେଷଣ କରିଥିଲେ । ଏଥିରେ କବି ରସିକ ଚନ୍ଦ୍ର ବେହେରାଙ୍କ ରଚିତ ଦୁଇଟି କବିତା ପୁସ୍ତକ ‘ମଞ୍ଚମାୟା ଓ କର୍ମର ଫଳ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ମେହେର ସାହିତ୍ୟର ପ୍ରଚାରକ ବୃନ୍ଦାବନ ବିହାରୀ ଦାସ ଓ ସଂସଦର ସଦସ୍ୟ କାର୍ତ୍ତିକ ପାଣ୍ଡେଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ନବୀନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସହ ସମ୍ପାଦକ ପ୍ରଫୁଲ୍ଲ ଦଣ୍ଡସେନା ସଂସଦର ବୀବରଣୀ ପଠନ କରିଥିବା ବେଳେ ସମ୍ପାଦକ ଋକ୍ମଣ ଦିଶ୍ରୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରବୀନ୍ଦ୍ର ପଣ୍ଡା, ସୁରେଶ୍ୱର ଭୋଇ, ଅମ୍ବିକା ପ୍ରସାଦ ତ୍ରୀବେଦୀ, ମୋହନ ରଣା, ମନୋରଞ୍ଜନ ପଧାନ, ଆନନ୍ଦ ସାହୁ, ବୈରାଗୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । କୋଭିଡ ନିୟମ ମାନି ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.