pakka

ଘର ଓ ଜମି ଭାଗବଣ୍ଟାକୁ ନେଇ ଭାଇ ଭାଇ ଭିତରେ ଗଣ୍ଡଗୋଳ : ୨ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘର ଓ ଜମି ଭାଗବଣ୍ଟାକୁ ନେଇ ଭାଇ ଭାଇ ଭିତରେ ଗଣ୍ଡଗୋଳ ଚରମ ସୀମାରେ ପହଂଚିଛି । ଏପରିକି ଭାଇର ଜୀବନ ନେବା ଭଳି ପଦକ୍ଷେପ ଆଜି ଦେଖିବାକୁ ମିଳିଛି । ଏହି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କଟାପାଲି ଗ୍ରାମରେ । ସୂଚନା ଅନୁସାରେ, ଜମି ଓ ଘର ଭାଗବଂଟାକୁ ନେଇ ମାଧ ହାତୀ ଓ ନିତିଆ ହାତୀଙ୍କ ସହିତ ଅନ୍ୟ ତିନି ଜଣ ଭାଇଙ୍କ ଝଗଡ଼ା ଲାଗି ରହିଥିଲା । ତେବେ ଆଜି ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା । ଅନ୍ୟ ତିନି ଭାଇ ଏବଂ ତାଙ୍କ ପରିବାର ଲୋକେ ନିତିଆ ଓ ମାଧଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ବେଳେ ଶାବଳ ସାହାଯ୍ୟରେ ଦୁହିଁଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ । ଫଳରେ ଦୁଇ ଭାଇ ଗୁରୁତର ଅବସ୍ଥାରେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା କୁହାଯାଇଛି । ତେବେ ଆକ୍ରମଣକାରୀମାନେ ଫେରାର୍‌ ଥିବା ସୂଚନାରେ ପ୍ରକାଶ ।

jay balangir
Leave A Reply

Your email address will not be published.

eleven + seventeen =

error: Content is protected !!