pakka

ଆଜି ବାଙ୍ଗାଲୋର – କୋଲକାତା ମୁହାଁମୁହିିଁ

bbehera

ଅହମ୍ମଦାବାଦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି କୋଲକାତା ନାଇଟର ମୁକାବିଲା କରିବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପଂଏଟ ସହ ସମକକ୍ଷ ହୋଇପାରିବ । ତେବେ ସ୍ପିନ ବୋଲରଙ୍କୁ ସାମ୍ନା କରିବାରେ ବାଙ୍ଗାଲୋର ୨ଥର ବିଫଳ ହୋଇଛି । ଏହି ତ୍ରୁଟି ସୁଧାରିବା ଲକ୍ଷ୍ୟରେ ଦଳ ରହିବ । କୋଲକାତା ନିକଟରେ ଶକ୍ତିଶାଳୀ ସ୍ପିନ ବୋଲିଂ ଆଟାକ ଥିବାରୁ ଏହା ବାଙ୍ଗାଲୋରକୁ ଅସୁବିଧାରେ ପକାଇପାରେ । ସୁନୀଲ ନାରିନ ଓ ଏବି ଡିଭିଲର୍ସ ମୁକାବିଲା ନିଶ୍ଚିତ ଭାବେ ରୋମାଂଚକ ହେବ ବୋଲି ଆଶା କରାଯାଉଛି । କୋହଲି ଓ ଦେବୀଦତ ପାଡିକଲ ଓପିଂନରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ମିଡିଲ ଅର୍ଡର ପ୍ରଦର୍ଶନରେ ସ୍ଥିରତା ରହୁ ନାହିଁ । ଏହି ମ୍ୟାଚରେ କୋଲକାତା ବୋଲିଂ ଓ ବାଙ୍ଗାଲୋର ବ୍ୟାଟିଂ ମଧ୍ୟରେ ଲଢ଼େଇ ହେବ । ଟୁର୍ଣ୍ଣାମେଂଟରେ ତିଷ୍ଠି ରହିବାକୁ ହେଲେ କୋଲକାତାକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ ହୋଇପଡିଛି ।

Leave A Reply

Your email address will not be published.

17 − 7 =