ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୫ ଆହତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ପଂଚାୟତ ର ମକୁନ୍ଦପୁର ଗ୍ରାମରେ ପାଣି ନେବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ପଂଚାୟତର ମକୁନ୍ଦପୁର ଗ୍ରାମରେ ବି.ତ୍ରିନାଥ ପାତ୍ର ଓ ପଡୋଶୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ବାରମ୍ବାର ବାରଣ ସତ୍ତ୍ୱେ ବି.ତ୍ରିନାଥ ପାତ୍ରଙ୍କ ଘର ବାରିପଟେ ଥିବା ନଳକୂପରୁ ପାଣି ନେବାକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା । ବଚସା ଉଗ୍ର ରୂପ ନେବାରୁ ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ବି. ତ୍ରିନାଥ ପାତ୍ର(୫୦), ତାଙ୍କ ବୋହୂ ବି. ତୁଳସୀ ପାତ୍ର(୩୫), ଭଉଣୀ ଏସ. ନିଲାମା ପାତ୍ର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ ପ୍ରତି ଆକ୍ରମଣରେ ଅନ୍ୟ ପକ୍ଷର ଦୁଇ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ଖଲ୍ଲିକୋଟ ଥାନା ଏସ୍‌ ଆଇ ହିମାଂଶୁ ପାତ୍ର ମେଡ଼ିକାଲରେ ପହଞ୍ଚି ତଦନ୍ତ କରିବା ସହ ସାମାନ୍ୟ ଆହତ ହୋଇଥିବା ଦୁଇ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି । ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଏ ନେଇ ଖଲ୍ଲିକୋଟ ଥାନାରେ ଏତଲା ଦାଖଲ ହୋଇ ନ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.

1 × 3 =