pakka

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୨୩ ଦିନରେ ପହଂଚିଲା ଗଣଧାରଣା

bbehera
  • ପହଂଚିପାରିନି ଏ ଯାଏଁ ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀଙ୍କ ମନରେ କ୍ଷୋଭ

ମ.ରାମପୁର, (ହେମନ୍‌ନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୩ ଦିନରେ ପହଂଚିଥିବା ବେଳେ ଧାରଣାସ୍ଥଳକୁ ଏ ଯାଏଁ ଜିଲ୍ଲା ପ୍ରଶାସନ ପହଂଚିନଥିବା କାରଣରୁ ଆନ୍ଦୋଳନକାରୀଙ୍କ ମନରେ କ୍ଷୋଭ ଦେଖାଯାଇଛି । ତେବେ ପଂଚମ ଦିନରେ ସ୍ଥାନୀୟ ତହସିଲଦାର ଜୟନ୍ତ କୁମାର ମେହେରଙ୍କୁ ଦାବୀ ପ୍ରଦାନ କରିବା ସହିତ ଆନ୍ଦୋଳନର ଆଭିମୁଖ୍ୟ ଏବଂ ନାର୍ଯ୍ୟ ଦାବୀ ପୁରଣ ନ ହେବା ଯାଏଁ ଆମେ ବରିଷ୍ଠ ନାଗରିକମାନେ ମଧ୍ୟ ବୟସର ଅପରାହ୍ନରେ ବି ଏହି ଗଣଧାରଣାରେ ସାମିଲ ହୋଇଛୁ ଏବଂ ସାମିଲ ହୋଇ ରହିବୁ ବୋଲି ବରିଷ୍ଠ ନାଗରିକ ମଂଚପକ୍ଷରୁ ବୁଧେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ଲଳିତ କୁମାର ମହାଲିକ କହିଥିଲେ । ତା’ ପରଠୁ ଜିଲ୍ଳା ପ୍ରଶାସନ ଆସିନପାରିବାକୁ ନେଇ ଆନ୍ଦୋଳନକାରୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଆଜି ୨୩ ଦିନରେ ପହଂଚିଥିବା ଏହି ଗଣଧାରଣାରେ କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଂଚାୟତବାସୀ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ମୁଖ୍ୟ ପୁରୋଧା ଯୁବନେତା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଚମରା ବଗର୍ତ୍ତୀ, ସ୍ୱୟମ୍ବର ମିର୍ଦ୍ଧା, ଅରବିନ୍ଦ ଚୌଧୁରୀ, ପଦ୍ମଲୋଚନ ମିଶ୍ର, ରଜନୀକାନ୍ତ ସାହୁ, ଗୌର କୁମାର, ବନମାଳୀ ମିର୍ଦ୍ଧା, ନକୁଳ ସୁନାବାବୁଲାଲ ସାହୁ ଏବଂ ପ୍ରଭାକର ନାଗ ପ୍ରମୁଖ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

fifteen − 10 =