ବିଭିନ୍ନ ସଂଗଠନ ତରଫରୁ ପାଇକମାଲରେ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ବିଭିନ୍ନ ସଂଗଠନ ତରଫରୁ ରବିବାର ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଧର୍ମଶାଳା ଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ କରାଯାଇଥିଲା । ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପାଇକମାଲର ଲାଇନସ କ୍ଲବ, ନାଗରିକ କମିଟି, ବ୍ୟବସାୟୀ ସଂଘ, ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ । ଏଥିରେ ପାଇକମାଲ ସହର ସମାଜସେବୀ ସୁମିତ ଅଗ୍ରୱାଲଙ୍କ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ସାହାଯ୍ୟରେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଆବର୍ଜନାକୁ ଅନ୍ୟତ୍ର ନେଇ ପକାଯାଇଥିଲା । ପାଇକମାଲ ଥାନା ସମ୍ମୁଖ ରାସ୍ତା କଡରେ ଲୋକେ ନିତିଦିନ ମଇଳା ପକାଇବାର ଦେଖାଯାଉଛି । ଥାନା ସମ୍ମୁଖରେ ଲୋକେ ଯେପରି ମଇଳା ନ ପକାଇବେ ସେଥିପ୍ରତି ଆଇଆଇସିଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିବା ବେଳେ ଏହି ସଫେଇ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଲୋକ ମାନଙ୍କୁ ରାସ୍ତା କଡରେ ମଇଳା ନ ପକାଇବା ପାଇଁ ଅନୁରୋଧ କରାଯାଇଥିବା ବେଳେ ଯେଉଁ ଲୋକ ରାସ୍ତା କଡରେ ମଇଳା ପକାଇବା ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଆଲୋଚନ କରାଯାଇଛି ।

Leave A Reply

Your email address will not be published.

six − 4 =

error: Content is protected !!