csstore

ବିସ୍ଥାପିତଙ୍କୁ ଅଣଦେଖା ଯୋଗୁଁ ଗଣ ବିକ୍ଷୋଭ

ସଇଁନ୍ତଲା, (ଲଷ୍ମୀକାନ୍ତ ସାହୁ) : ୧୯୮୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ବଡ଼ମାଲଠାରେ ପ୍ରାୟ ପାଖାପାଖି ଦୁଇ ହଜାର ପରିବାରକୁ ବିସ୍ଥାପିତ କରାଯାଇ ଗୋଳାବାରୁଦ କାରଖାନା ନିର୍ମାଣ କରାଯାଇଥିଲା ଓ କାରଖାନା ତିଆରି ହେବା ପରେ ବିସ୍ଥାପିତଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଅର୍ଥନୀତିକ ଦିଗରେ ସକ୍ଷମ ହେବା ନିମନ୍ତେ ବିସ୍ଥାପିତ ତଥା ପ୍ରଭାବିତ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କାରଖାନାରେ ନିଯୁକ୍ତି ପାଇବେ ବୋଲି ଆଶା କରିଥିଲେ ହେଲେ କାରଖାନା ନିର୍ମାଣ ହେବାର ୩୯ ବର୍ଷ ପରେ ମଧ୍ୟ ବିସ୍ଥାପିତକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ସରକାରୀ ଚାକିରି ଦୂରର କଥା ପ୍ରାଇଭେଟ୍ କାମ ଟିଏ ପାଇବାକୁ ହେଲେ କାରଖାନାର ସରକାରୀ ଅଧିକାରୀ ଓ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ମାଗୁଛନ୍ତି ବୋଲି ଅଭିଯୋଗ ହୋଇଛି । ବିସ୍ଥାପିତ ଅଞ୍ଚଳର ସାମୁହିକ ବିକାଶ ପାଇଁ ସରକାର ଦ୍ୱାରା ମଞ୍ଜୁର ହେଉଥିବା କୋଟି କୋଟି ଟଙ୍କାର ଅର୍ଥ ରାଶିକୁ କାରଖାନାର ଅଧିକାରୀମାନେ ଆତ୍ମସାତ କରୁଥିବା ନେଇ ଆଜି ବିସ୍ଥାପିତ କମିଟି ପକ୍ଷରୁ ବଡ଼ମାଲ ଫପସି ଗେଟ୍‌ ସାମ୍ନାରେ ଗଣ ଧାରଣା ଦିଆଯାିଛି ।

jayashree
Leave A Reply

Your email address will not be published.