ଗାଇସିଲେଟ ଭାରତୀୟ ଜନତା ଦଳ ପକ୍ଷରୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକରେ ଘୋଟାଲାର ଲମ୍ବା ତାଲିକା ଧୀରେ ଧୀରେ ବଢ଼ି ଚାଲିଛି । କିଛିଦିନ ପୂର୍ବରୁ ଏଇ ବ୍ଲକର ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତରେ କିରୋସିନ ଦୁର୍ନୀତି ହୋଇଥିବା ବେଳେ କଟାବାହାଲ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦିଗହରା ହୋଇ ବାଟରେ ଘାଟରେ ଚର୍ଚ୍ଚା ହୋଉଥିଲା । ଏ ସବୁ ଚଚ୍‌ର୍ଚ୍ଚାର ଶୀତଳ ନହେଉଣୁ ପୁଣି ଚେକ ଡ୍ୟାମ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଘୋଟାଲାର ନଗ୍ନଚିତ୍ର ଆଜି ଗାଇସିଲେଟ ବ୍ଲକର ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛି । ଯଦି ଏହି ମହା ଦୁର୍ନୀତିର ପର୍ଦ୍ଦାଫାସ କରିବାରେ ବିଳମ୍ବ ଘଟେ ଓ ସମ୍ପୂକ୍ତ ଠିକାଦାର ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଭାରତୀୟ ଜନତା ଦଳ ଗାଇସିଲେଟ ପକ୍ଷରୁ ଦଳର ଜୋନ-୧ ସଭାପତି ବିପିନ ବିହାରୀ ସାହୁ ଚରମ ଚେତାବନୀ ଦେଇଛନ୍ତି । ଉକ୍ତ ପ୍ରତିନିଧି ଦଳରେ ପ୍ରବୀଣ କୁମାର ପାଣିଗ୍ରାହୀ, ବରଗଡ଼ ଜିଲ୍ଲା ପରିଷଦ ଉପସଭାପତି ମଦନ ଦୀପ, ଜୋନ-୨ ସଭାପତି ଆନନ୍ଦ ମଟାରୀ, ବିନାୟକ ପ୍ରସାଦ ଗୁରୁ, ଘନଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.