csstore

ବିଭିନ୍ନ ପଞ୍ଚାୟତରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତ, ସ୍କୁଲ କଲେଜ ଓ ଅଙ୍ଗନୱାଡି, ସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ଅନୁଷ୍ଠାନରେ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ମଣ୍ଡଳ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମରେ ମଣ୍ଡଳ କୃଷି ଅଧିକାରୀ ମାନସୀ ମଧୁବାସିନୀ ପଶାୟତ, ଆତ୍ମା ଅଧ୍ୟକ୍ଷ ଲଡ଼ୁକିଶୋର ରାୟ, ସହକାରୀ କୃଷି ଅଧିକାରୀ ମନୋଜ କୁମାର ବେହେରା, ମଣ୍ଡଳ ବୈଷୟିକ ପରିଚାଳକ ଜ୍ଞାନରଞ୍ଜନ ହରିଚନ୍ଦନ ଏବଂ ଷ୍ଟାଫ ସାମିଲ ହୋଇଥିଲେ । ସେହିପରି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମହତାବ ହାଇସ୍କୁଲ, ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠ, ଘୋରଡ଼ିଆ ନୋଡାଲ ହାଇସ୍କୁଲ, ରାଧାମୋହନ ଉଚ୍ଚ ବିଦ୍ୟାପୀଠ ଏବଂ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ମୋଟରୀ ପ୍ରାଙ୍ଗଣରେ ମଧ୍ୟ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ପର୍ଶୁରାମ ଜେନାଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ଓ ପଞ୍ଚାୟତର ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ ଓ ଡେଲାଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ କ୍ଷିତିଶ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସନ୍ତୀ ବେହେରା ଓ ସୁରତ ପଟ୍ଟନାୟକ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରି ବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରଞ୍ଜିତ ସେଠୀ, ମାନସ ରଞ୍ଜନ ସାହୁ, ଦିଲ୍ଲୀପ କୁମାର ବେହେରା, ସରିତା ମିଶ୍ର, ଅନନ୍ୟା ସାମଲ, ସରୋଜିନୀ ଦାସ, ମୋନାଲିସା ସାହୁ, ପ୍ରତାପ ସ୍ୱର, ଲକ୍ଷ୍ମୀ ପ୍ରିୟା ଦାଶ, କେଶୀରାମ ହେମ୍ବ୍ରମ, ଶାନ୍ତିଲତା ପ୍ରଧାନ, ଦେବକୀ ଦାଶ ପ୍ରମୁଖ ସହୋଯୋଗ କରିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ପରିଶେଷରେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରିୟା ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟାନ୍ୟ ସ୍କୁଲ ଆଙ୍ଗନୱାଡିରେ ଛାତ୍ରଛାତ୍ରୀ ଶିକ୍ଷକଶିକ୍ଷୟିତ୍ରୀ, ଜନପ୍ରତିନିଧି, ଅଧିକାରୀମାନେ ବୃକ୍ଷରୋପଣରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.