csstore

ଖଇରାରେ ବ୍ଲକସ୍ତରୀୟ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ : ଯୋଗଦେଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ସତ୍ୟମହିମା ସଂସ୍କୃତ ବିଦ୍ୟାପୀଠ ପରିସରରେ ବ୍ଲକସ୍ତରୀୟ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ, ଏବିଡ଼ିଓ ସୁଶାନ୍ତ ପାଣି, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ବିଧାୟକଙ୍କ ପ୍ରତିନିଧି ଯୌବନ ବାଗ, ବଙ୍ଗୋମୁଣ୍ଡା ମଣ୍ଡଳ ସଭାପତି ପବିତ୍ର ପୋଢ଼, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ଏପିଓ ଲକ୍ଷ୍ମଣ କୁମାର ବୁଡେକ, ବଙ୍ଗୋମୁଣ୍ଡା ସିଡିପିଓ ମାଧୁରୀ ହୋତା, ବିଏଲ୍‌ସି ସତ୍ୟପ୍ରିୟ ବେହେରା, ଖଇରା ସରପଞ୍ଚ ବବିତା ବାଗ, ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀ, ଅବସର ପ୍ରାପ୍ତ ଶିକ୍ଷକ ଡ଼ଃ ନାରାୟଣ ମିଶ୍ରଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି ବଙ୍ଗୋମୁଣ୍ଡା ଦ୍ୱାରସେନୀ ମା’ଙ୍କ ମନ୍ଦିରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ବର୍ଷର ଜନ୍ମଦିନ ପାଳନ ଓ ତାଙ୍କର ଦୀର୍ଘାୟୁ କାମନା ଉପଲକ୍ଷେ ଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ବଙ୍ଗୋମୁଣ୍ଡା ଡାକ୍ତରଖାନା ଠାରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଓ ମଣ୍ଡଳ ପଦାଧିକାରୀ ଏବଂ ସମସ୍ତ ମୋର୍ଚ୍ଚା ପଦାଧିକାରୀମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.