jayashree

ଏକ ପେଡ ମା’ କେ ନାମ ୨.୦ ଅଭିଯାନର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ପକ୍ଷରୁ ରେଞ୍ଚ, ଅରିଶଲ ଠାରେ ଏକ ପେଡ ମା’ କେ ନାମ ୨.୦ ଅଭିଯାନର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କହିଥିଲେ ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କରାଯିବ । ଏହି ପ୍ରରିପ୍ରେକ୍ଷୀରେ ଆମ ଜିଲ୍ଲାରେ ଲକ୍ଷ୍ୟଧାର୍ଯ୍ୟ ଠାରୁ ଅଧିକ ଚାରା ରୋପଣ କରାଯିବ । ଏହି ଅଭିଯାନ ବିକଶିତ ଭାରତ କାର୍ଯ୍ୟକ୍ରମ ଯାହାକି ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ, ଏହା ତାର ଏକ ଅଂଶ ବିଶେଷ । ଡେଲାଙ୍ଗ ବିଡ଼ିଓ କ୍ଷିତିଶ ବେହେରା, ସହକାରୀ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବାରିକ, ସିଡିପିଓ ଜାପାନୀ ମିତ୍ର, ମଣ୍ଡଳ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା ଓ ଅନ୍ୟ ଉପସ୍ଥିତ ଅଧିକାରୀ ଓ ବ୍ୟକ୍ତିବିଶେଷ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବନଖଣ୍ଡ ବିଭାଗ ପକ୍ଷରୁ ଚାରା ବଣ୍ଟନ କରାଯାଇଥିଲା । ସେହିପରି ସାଉରିଆ ପଞ୍ଚାୟତ, ଘୋରଡ଼ିଆ ନୋଡାଲ ହାଇସ୍କୁଲରେ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡ଼ିଓ କ୍ଷିତିଶ ବେହେରା, ଏଇଇ ସୁବ୍ରତ କୁମାର ବାରିକ, ସାଉରିଆ ପଂଚାୟତ ନିର୍ବାହୀ ଅଧିକାରୀ ଚକ୍ରଧର ପାଇକରାୟ, ସ୍ଥାନୀୟ ସରପଞ୍ଚ ପ୍ରଭାତୀ ବେହେରା, ସମିତିସଭ୍ୟ ଅନ୍ନପୂର୍ଣ୍ଣା ରଣଜିତ, ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବ୍ଲକର ପ୍ରତି ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.