ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୫ତମ ଦିବସ

  • ସିସିଏଫ୍‌ଏ ଓ ବ୍ଲୁ ମାଉଣ୍ଟେନ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ସିସିଏଫ୍‌ଏ ବଲାଙ୍ଗିର ୨-୧ ଗୋଲରେ ହଳଦି ଇବିଏଫ୍‌ଏକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବେ କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ପୂର୍ବତନ କାର୍ଯ୍ୟକାରୀ ସଭାପତି ରମାକାନ୍ତ ସେଠ, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଅଜିତ କୁମାର ସାହୁ ଓ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । ଖେଳକୁ ଦେବାଶିଷ ବାଗ, ନରସିଂ ସ୍ୱାମୀ ନାଇଡୁ, ଜଳନ୍ଧର ସାହୁ ଓ ଦେବରାଜ ନାହାକ ପରିଚାଳନା କରିଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ବ୍ଲୁ ମାଉଣ୍ଟେନ ବଲାଙ୍ଗିର ୧-୦ ଗୋଲରେ ୟୁଥକ୍ଲବ ମହିପୁରକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବରେ ଫୁଟବଲ ଏସୋସିଏସନ ଅଫ୍‌ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସଂସଦର କାଉନସିଲ ସଭ୍ୟ ଜୟରାମ ମିଶ୍ର ଓ ପୂର୍ବତନ ଖେଳାଳି ସୁନିଲ ଚନ୍ଦ୍ର ବିଶ୍ୱାଲ ଯୋଗ ଦେଇଥିଲେ । ରେଫରି ଭାବରେ ସୁଧାଂଶୁ ସେଠ, ସୁଦର୍ଶନ ସେଠ, ସଂଜିବ ମହାରଣା ଓ ଜିତେନ୍ଦ୍ର ପାତ୍ର ଖେଳ ପରିଚାଳନା କରିଥିଲେ । ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ସଂପାଦକ ହେମନ୍ତ ବେହେରା ଓ ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ସଂସଦର ବରିଷ୍ଠ ସଦସ୍ୟ ଡା.ସିଦ୍ଧେଶ୍ଵର ମିଶ୍ରଙ୍କ ତତ୍ତ୍ୱାବଧାନରେ ଖେଳ ଆୟୋଜିତ ହୋଇଥିଲା ।

୧୯ ତାରିଖ ସୋମବାର ଦିନ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରୋଗ୍ରେସିଭ କ୍ଲବ ବଲାଙ୍ଗିର ବନାମ ଜିଏସ୍‌ପି ଟିଟିଲାଗଡ ଓ ପଲ୍ଲୀଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସାଇଟ ସ୍ପୋଟ୍ସ ସୋସାଇଟି ବନାମ ଅମାମୁଣ୍ଡା ଏଏ ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × three =

error: Content is protected !!