pakka

୧୯ତମ ସ୍ପାଟନ କ୍ଲବର ଫୁଟବଲ ଟୁର୍ଣ୍ଣାମେଣ୍ଟ : ମଣ୍ଡଳ ଓ ମୁଣ୍ଡାଗାଁ ବିଜୟୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍ ପଡିଆଠାରେ ସ୍ପାଟନ କ୍ଲବ୍ ପକ୍ଷରୁ ୧୯ ତମ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ରାଜେଶ୍ଵର କୁମୁରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନ୍ତରାମ ସୁନା, ଚତୁର୍ଭୁଜ ବଛା, ମୁକୁନ୍ଦ ବନଗୁଳା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଖେଳ ମଣ୍ଡଳ ବନାମ୍ କଲଚିକଛାର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ ମଣ୍ଡଳ ଦଳ ୦-୧ରେ ମଣ୍ଡଳ ବିଜୟ ହେଇଥିଲା । ଦ୍ଵିତୀୟ ଖେଳଟି ଘାନାମହୁଲ ବନାମ୍ ତମିଆଁ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା ହେଲେ କେହି କାହାରିକୁ ଗୋଲ ଦେଇ ନଥିବା ବେଳେ ସ୍ଥିତି ବରାବର ହୋଇଥିଲା । ପରେ ପେନାଲଟିର ସହାୟତାରେ ୪-୫ ତମିଆ ଗୋଲରେ ବିଜୟୀ ହୋଇଥିଲା । ଖେଳକୁ ଆରୀର୍ବାଦ ସାହା ପରିଚାଳନା କରିଥିବା ବେଳେ ଆଶିଷ ଦେବ ସାହା ଓ ଅଶ୍ୱନୀ ଭୁକ୍ତା ଲାଇନରେ ସହଯୋଗ କରିଥିବା ଓ ଗୋଲାପ କୁମାର ବିଶ୍ଵାଳ ଧାରା ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

twenty − 4 =