pakka

ସ୍ୱର୍ଗତ ଘାସିରାମ ସୁନାରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : କରଙ୍ଗାମାଲ ଦଳ ବିଜୟୀ

kalikesh

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତ ପଡିଆ ଠାରେ ସ୍ୱର୍ଗତ ଘାସିରାମ ସୁନାରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମା’ ଗଢିଆଣି ଯୁବକ ସଂଘ ବରଗାଁ ଆନୁକୂଲ୍ୟରେ କମିଟି ସଭାପତି ପ୍ରଦୀପ କୁମାର ସୁନାରିଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଦେବାଷିଶ ଯୋଶୀ ଖେଳ ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ସୁବାସ, ବୁଲୁ, ଡୋଲାମଣି, ଚନ୍ଦ୍ରଶେଖର ସହଯୋଗ କରିଥିଲେ । ଖେଳର ଧାରା ବିବରଣୀ ପ୍ରକାଶ ପାତ୍ର ଓ ଜଗଦୀଶ ନାଗ ପ୍ରଦାନ କରିଥିଲେ । ଏହି ଫାଇନାଲ ଖେଳ ବରଗାଁ ଓ କରଙ୍ଗାମାଲ ମଧ୍ୟରେ ହୋଇଥିବା ବେଳେ ବରଗାଁ ଦଳକୁ କରଙ୍ଗାମାଲ ଦଳ ୪-୨ ଗୋଲରେ ପରାସ୍ତ କରି ବିଜୟୀ ଘୋଷିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଲମ୍ୱୋଦର ନିଆଲ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଦାବରୀ ନାଏକ, ବଦନ ସୁନାନୀ, ଦୁର୍ଗା ମାଧବ ସୁନାରି, କିଶୋର ଠେଲା, ବିଷ୍ଣୁ ସୁନାରି, ପ୍ରମୁଖ ମଂଚାସୀନ ଥିଲେ । ଫାଇନାଲ ଖେଳରେ ବିଜୟୀ ଲାଭ କରିଥିବା ଦଳକୁ ଶ୍ରୀ ନିଆଲ ପ୍ରଥମ ପୁରଷ୍କାର ବିତରଣ କରିଥିଲେ ଓ ସମ୍ମାନିତ ଅତିଥିମାନେ ବରଗାଁ ଦଳକୁ ଦ୍ୱିତୀୟ ପୁରଷ୍କାର ବିତରଣ କରିଥିଲେ । କମିଟି ସମ୍ପାଦକ ସତ୍ୟ ଭୋଇ ସମେତ ଗଜାନନ ମେହେର, ଲଲିତ କୁମାର ସୁନାରି, ନବ କୁମାର ସୁନାରି ମୁଖ୍ୟ ସହଯୋଗ କରିଥିବା ବେଲେ କମିଟିର ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

nineteen − six =