pakka

ଗାନ୍ଧୀ ଜୟନ୍ତୀ ଠାରୁ ସ୍ୱଚ୍ଛ ଭାରତ ଅଭିଯାନରେ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସ୍ଵଚ୍ଛ ଭାରତ ଅଭିଯାନରେ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ବ୍ଳକର ଉଲବା ଗ୍ରାମରୁ ଆରମ୍ଭ ହେଇଥିଲା । ସଫେଇ କାର୍ଯ୍ୟକ୍ରମକୁ ବିଧାୟକ ସରୋଜ କୁମାର ମେହେର ଶୁଭାରମ୍ଭ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ପାଟଣାଗଡ଼ ରାମପୁର ୟୁପି ସ୍କୁଲ୍ ପରିସରକୁ ସଫେଇ କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିଲେ । କରୋନା କଟକଣା ହେତୁ ସ୍କୁଲ ବନ୍ଦ ଥିବା ଯୋଗୁଁ ଘାସ ଉଠି ଅଳିଆ ଆବର୍ଜନା ହୋଇଥିବା ବେଳେ ଆଜି ସଫାସୁତୁରା କରିଥିଲେ । ପରିବେଶକୁ ସ୍ୱଚ୍ଛ ରଖିବା ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ ବୋଲି ବୋଲି ବିଧାୟକ ଶ୍ରୀ ମେହେର କହିବା ସହ ଆଗାମୀ ଦିନରେ ସମସ୍ତ ସ୍କୁଲ କଲେଜ, ହସ୍ପିଟାଲ୍ ସ୍ଥାନଗୁଡିକୁ ମଧ୍ୟ ସଫେଇ କରାଯିବ ବୋଲି କହିଥିଲେ । ଏହି ସଫେଇ କାର୍ଯ୍ୟରେ ଦଳୀୟ ଶତାଧିକ ମହିଳା ପୁରୁଷ କର୍ମୀ ଯୋଗଦେଇ ଥିଲେ ।

Leave A Reply

Your email address will not be published.

4 × four =