csstore

ଗିରିଧାରୀ ମେହେର ଏକଦିବସୀୟ ଫୁଟବଲ ପ୍ରତଯୋଗିତା : ରେଙ୍ଗାଲପାଲି ଚାମ୍ପିୟାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆ ଗୁଡେଶିରା ଗ୍ରାମରେ ଏକ ଦିବସୀୟ ଗିରିଧାରୀ ମେହେର ଫୁଟବଲ ପ୍ରତଯୋଗିତା ଆଠଟି ଟିମ୍‌କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସମାଜସେବୀ ଡ଼ୋଲାମଣି ମେହେର ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଘନଶ୍ୟାମ ସାହୁ ଯୋଗ ଦେଇଥିବା ବେଳେ ଉଦ୍‌ଜାପନୀ ଉତ୍ସବରେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ଯୁବମୋର୍ଚ୍ଚା ସଭାପତି ଅମିତ ପଣ୍ଡା, ଦେବେଶ ଶତପଥୀ ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବଡ଼ମାଲ ଓ ରେଙ୍ଗାଲପାଲି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ପେଲେନ୍ଥିକରେ ରେଙ୍ଗାଲପାଲି ବିଜୟ ଲାଭ କରିଥିଲା । ବିଶ୍ଵନାଥ ଭୋଇ, ନିର୍ମଳ ବାରିକ, ଧନମାଲି ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.