csstore

ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୨-୦ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଧାନମନ୍ତ୍ରୀଙ୍କ “ଫିଟନେସ୍ କା ଡୋଜ୍ ଆଧା ଘଣ୍ଟା ରୋଜ୍” ଆହ୍ବାନକୁ ନେଇ ଜନ୍ ଭାଗିଦାରୀ ତୋ ଜନ୍ ଆନ୍ଦୋଳନ୍ ବାର୍ତ୍ତାରେ ଗତକାଲି ସୁବର୍ଣ୍ଣପୁରର ରୟାଲ୍ ପଡିଆ ଠାରେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୨-୦ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ନେହେରୁ ଯୁବ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଫିଟ୍ ଇଣ୍ଡିଆ ଦୌଡକୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । କୋଭିଡ୍ ଗାଇଡଲାଇନକୁ ନେଇ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାର ଶତାଧିକ ଯୁବକ ଅଂଶଗ୍ରହଣ କରି ଫିଟ୍ ଇଣ୍ଡିଆ ପାଇଁ ସଂକଳ୍ପ ନେଇଥିବା ବେଳେ ରୟାଲ୍ ପଡିଆ ଠାରୁ ମହାନଦୀ ସେତୁ ଦେଇ ଭୀମଭୋଇ ଛକ ପର୍ଯ୍ୟନ୍ତ ଦୌଡିଥିଲେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ନେଇ ଦେଶସାରା ପାଳିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ଫିଟ୍ ଇଣ୍ଡିଆ ଅଭିଯାନରେ ଜିଲ୍ଲାପାଳଙ୍କ ସହ ନେହେରୁ ଯୁବକେନ୍ଦ୍ରର ଡେପୁଟି ଡାଇରେକ୍ଟର୍ ବିରେନ୍ଦ୍ର ସିଂ ବୋକେନ୍, କାର୍ଯ୍ୟକ୍ରମ ସହଯୋଗୀ ବିପିନ ବିହାରୀ ଜେନା ପ୍ରମୁଖ ଯୋଗଦେଇ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

jayashree
Leave A Reply

Your email address will not be published.