ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ପ୍ରୟାସରେ ଛାଡ଼ ହେଲା ସେମିଷ୍ଟାର ଫି

ବଲାଙ୍ଗିର: ଜିଲ୍ଳା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଗତ ଜୁନ୍‌ ମାସ ୮ତାରିଖରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଲୟରେ କୁଳସଚିବ ଡି.ପି ମହାପାତ୍ରଙ୍କ ଉପସ୍ଥିତିରେ ଯୁକ୍ତ ୩ର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ଏବଂ ପି.ଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ହୋଇ ନଥିବାରୁ ପରୀକ୍ଷାର୍ଥିୀମାନେ ଦେଇଥିବା ଫର୍ମ ଫିଲ୍‌ଅପ୍‌ ଫି ଛାଡ଼ କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ତେବେ ଏହି ଦାବୀ ପୂରଣ କରି ପୂର୍ବ ସେମିଷ୍ଟାରେ ସଂପୃକ୍ତ ଫି ବ୍ୟବହୃତ ହେବ ବୋଲି ବିଶ୍ୱବିଦ୍ୟାଲୟର କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.