ଚନ୍ଦନଭାଟିରେ ମା’ ଦୁର୍ଗା‌ଙ୍କ ମୂର୍ତ୍ତି ନିର୍ମାଣ କାମ ଜୋର୍‌ସୋର୍‌ ଚାଲିଛି

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବହୁ ବର୍ଷ ଧରି ଚାଲି ଆସୁଥିବା ଚନ୍ଦନଭାଟିର ଦଶହରା ପର୍ବ ଖୁବ୍ ଧୁମଧାମରେ ପାଳିତ ହୋଇଥାଏ । ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ବେଶ୍‌ ସୁନାମ ଅର୍ଜନ କରିଛି ଏହି ଅଞ୍ଚଳରେ । ହେଲେ ଚଳିତ ବର୍ଷ କରୋନା ସଂକଟ ଯୋଗୁଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ବୋଲି କମିଟି ତରଫରୁ ଘୋଷଣା କରାଯାଇଛି । ଏ ବର୍ଷ ନିରାଡମ୍ବର ଭାବେ ନୀତି ଅନୁସାରେ ପୂଜାର୍ଚ୍ଚନା ସଂପ‌ନ୍ନ ହେବା କଥା କମିଟି କହିଛି ।
ସେଥିପାଇଁ ପୂଜା ପାଖେଇ ଆସୁଥିବାରୁ ମୂର୍ତ୍ତି ନିର୍ମାଣ କାମ ଜୋରସୋରରେ ଚାଲିଛି । ଏପର୍ଯ୍ୟନ୍ତ ମାଟିଛପା କାମ ସରି ଯାଇଥିବା ବେଳେ ରଙ୍ଗ ଲାଗିବା ବାକି ରହିଛି । ମୂର୍ତ୍ତି ନିର୍ମାଣରେ ବଲାଙ୍ଗିର ଠିକାଦାରପଡାର କାରିଗରମାନେ ଲାଗିଛନ୍ତି । ସୁରୁଖୁରୁରେ ପୂଜା କାର୍ଯ୍ୟକ୍ରମ ସମା‌ପ୍ତ ପାଇଁ ସ୍ଥିର କରାଯାଇଛି ।

Leave A Reply

Your email address will not be published.