ଫସଲ ବୀମା ଟଙ୍କାରୁ ବଞ୍ଚିତ ପ୍ରତିବାଦରେ ତହସିଲ ଅଫିସ ଘେରାଉ : ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଗତ ବର୍ଷ ଧାର କରଜ ଆଣି ଚାଷୀ ଖରିଫ ୧୯-୨୦ରେ ଫସଲ ବୀମା ଯୋଜନାରେ ଇନସୁରେନ୍ସ କରି ଥିଲା । କାରଣ ଧାନ ଚାଷ ଭଲ ବର୍ଷା ନ ହେବାରୁ ଭଲ ଅମଳ ହୋଇ ନଥିଲା । ତେବେ ହଜାର ହଜାର ଲୋକ ଫସଲ ବୀମା କରି ହଜାର ହଜାର ଟଙ୍କା ଫସଲ ବୀମା ଯୋଜନା ପାଇଁ ଖର୍ଚ୍ଚ କରିଥିଲେ । ହେଲେ ସେମାନଙ୍କ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହୋଇଥିବା ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ତହସିଲ ଅଫିସ ଘେରାଉ କରିଥିଲେ ।

ସୂଚନାଯୋଗ୍ୟ ଯେ, ଭଦ୍ରା ଗ୍ରାମପଞ୍ଚାୟତର ଅନେକ ଚାଷୀ ୨୦୧୯-୨୦୨୦ ମସିହାରେ ରୁଏଲ ସୁନ୍ଦରରମ ଜେନେରାଲ ଇନସୁରେନ୍ସେ କମ୍ପାନୀ ଠାରେ ଅନଲାଇନ ମାଧ୍ୟମରେ ବୀମା କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଉକ୍ତ କମ୍ପାନୀ ଚାଷୀଙ୍କୁ ତାଙ୍କ ବୀମା ରାଶି ପ୍ରଦାନ ନ କରିଥିବା ବେଳେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହାର ପ୍ରତିବାଦରେ ଶତାଧିକ ଚାଷୀ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗଙ୍କ ଜରିଆରେ ଓଡ଼ିଶା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ବିଜୁ ସାହୁ, ଉମାକାନ୍ତ ସାହୁ, ମଣ୍ଟୁ ସାହୁ, ଅଶୋକ ସାହୁ, ଧୃବ ସାହୁ, ଜଳଧର ଦାସ, ଭରତ ସାହୁ, ରାଧାକାନ୍ତ ସାହୁ, ବିରେନ୍ଦ୍ର ସାହୁ, ରୋହିତ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଯଦି ଆଗାମୀ ୧୫ ଦିନରେ ପ୍ରଶାସନ ଚାଷୀଙ୍କୁ ଉଚିତ ବୀମା ମୂଲ୍ୟ ପ୍ରଦାନ ନକଲେ ତେବେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବ ବୋଲି ଶ୍ରୀ ଠାକୁର ସମେତ ଚାଷୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.