ls

ଗ୍ରାମାଂଚଳ ଚାଷୀଙ୍କୁ ଆକ୍ରମଣ

2020

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ବଜାର ପ୍ରାଙ୍ଗଣରେ ପ୍ରତ୍ୟହ ତଟକା ପନିପରିବା ବିକ୍ରୟ କରିବାକୁ ଚାଷୀ ଆସିଥାଆନ୍ତି । ହେଲେ ବଜାରକୁ ଆସିବା ବାଟରେ ଏଠାକାର ବେପାରୀମାନେ କମ ଦରରେ ପନିପରିବା ତାଙ୍କଠାରୁ କ୍ରୟ କରି ସହରର ଖାଉଟୀମାନଙ୍କୁ ଚଢାଦରରେ ବିକ୍ରୟ କରିବା ପରମ୍ପରା ବହୁଦିନରୁ ଆଜି ଯାଏଁ ଲାଗି ରହିଛି । ବିଡମ୍ବନାର ବିଷୟ ଏହି କି ନିରିହ ଚାଷୀଙ୍କୁ ଜୋରଜୁଲୁମର ଶିକାର ହେବା ସାଙ୍ଗକୁ ଆଜି ଜଣେ ଚାଷୀଙ୍କୁ ମାରପିଟ କରିବା ଭଳି ଘଟଣା ସାମ୍‌ନାକୁ ଆସିଛି । ଏପଟେ ପନିପରିବା ମଧ୍ୟ ଛଡାଇ ନେଉଥିବା ଦୃଷ୍ଟାନ୍ତ ମଧ୍ୟ ଅଛି । ଏଭଳି ସ୍ଥିତିରେ ପଦ୍ମପୁର ବଜାରକୁ ଚାଷୀ ଆସିବାକୁ ଡରିବାରେ ଲାଗିଲେଣି ।

ସହରର ମାନସମ୍ମାନକୁ ଦୃଷ୍ଟି ଦେଇ ସକାଳୁ ଆସୁଥିବା ଚାଷୀମାନଙ୍କୁ ସୁରକ୍ଷା ଦେବା ଆମମାନଙ୍କ ସହ ପ୍ରଶାସନର ଦାୟିତ୍ୱ ଉପରେ ନିର୍ଭର କରେ । ଏପଟେ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର କର୍ତୃପକ୍ଷ ଦୈନିକ ଟ୍ୟାକ୍ସ ବାବଦକୁ ବେପାରୀ ପିଛା ୧୦ଟଙ୍କା ନେଉଛନ୍ତି ସତ, କିନ୍ତୁ ଶାନ୍ତିଶୃଙ୍ଖଳା ସହ ସୁରକ୍ଷାର ଦାୟିତ୍ୱ କାହିଁକି ନେଇଇ ପାରୁନାହାନ୍ତି, ତାହା ଆଶ୍ଚର୍ୟ୍ୟର ବିଷୟ ଅଟେ । ଏଣୁ ସୁରକ୍ଷାର ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ ପଦ୍ମପୁର ସହରର ମାନସମ୍ମାନକୁ ବଜାୟ ରଖିବାକୁ ଏନ୍ଏସି କତୃପକ୍ଷଙ୍କୁ ଅଗଣିତ ସଚେତନ ନାଗରିକ ଦୃଢ଼ ଦାବୀ କରନ୍ତି ।

Leave A Reply

Your email address will not be published.