ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ବଡ ବଜାର ନିବାସୀ ଜମ୍ମୁଲା ମୋହନ ରାଓଙ୍କର ୮୨ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ଦିବଙ୍ଗତ ମୋହନଙ୍କର ୨ ପୁତ୍ର ଜେ. ରବି କୁମାର, ଜେ. ଗଣେଶ ଓ ଜଣେ ଝିଅ ଅଛନ୍ତି । ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ପୂର୍ବତନ ସଭାପତି ଶ୍ରୀ କୁମାର ସ୍ୱାମୀଙ୍କ ପ୍ରେରଣାରେ ଭୁବନେଶ୍ୱର ସ୍ଥିତ ଏଲ.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଲୟରେ ମୋହନ ରାଓଙ୍କ ଚକ୍ଷୁଦାନ କରାଯାଇଥିଲା । ଶନିବାର ଦିନ ୧୨ ଘଣ୍ଟା ସମୟରେ ଦୃଷ୍ଟିଦାନ କରି ଅନ୍ୟଜଣେ ବ୍ୟକ୍ତିଙ୍କ ଜୀବନ ଆଲୋକ କରି କୃତାର୍ଥ ମଣିଛନ୍ତି । ଏଲ.ଭି.ପ୍ରସାଦ ହସ୍ପିଟାଲର ଡଃ. ସୁମିତ୍ରା ଚକ୍ଷୁ (କର୍ଣ୍ଣିଆ) ସଂଗ୍ରହ କରି ଚକ୍ଷୁ ଭଣ୍ଡାରରେ ସୁରକ୍ଷିତ କରି ରଖିଛନ୍ତି । ଏହାକୁ ଖୁବ୍ ଶୀଘ୍ର କର୍ଣ୍ଣିଆ ଜନିତ ଦୃଷ୍ଟିବାଧିତଙ୍କ ଚକ୍ଷୁରେ ରୋପଣ କରାଯିବ ବୋଲି ଜଣାଇଛନ୍ତି । ଚକ୍ଷୁଦାନ ସମୟରେ ପୁଅ ଜେ. ରବି କୁମାର ଓ ନାତି ନୀଳ ରତ୍ନମ, ଜମ୍ମୁଲା ଭେଙ୍କଟ ପ୍ରସାଦ, କୋଟଣୀ ନିର୍ମଳ କୁମାର୍ ତିରମୂଳ କୁମାର, ଚିନ୍ନାରି ଭେଙ୍କଟରତ୍ନମ, ଈଶ୍ୱର ସୁବୁଦ୍ଧି କୋଞ୍ଚଡା କୁମାର ସ୍ୱାମୀ ଆଦି ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ଦିବଂଗତ ମୋହନଙ୍କ ସ୍ତ୍ରୀ ଜେ. ଅଖିଲେଣ୍ଡେଶ୍ୱରୀ ମଧ୍ୟ୨୦୧୧ ମସିହାରେ ଚକ୍ଷୁଦାନ କରିଥିଲେ । ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ଏହି ମାସରେ ୨ଜଣ ଓ ଏହିବର୍ଷ ୧୮ ଜଣ ମୃତ୍ୟୁପରେ ନେତ୍ର ଦାନ କରି ଅମର ହୋଇଥିବା ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଉପସଭାପତି ଜମ୍ମୁଲା ସୁରେଶ ସେହି କୃତାର୍ଥ ବ୍ୟକ୍ତି ବିଶେଷ୍ୟଙ୍କୁ ସାଧୁବାଦ ଜଣାଇ ଗଣମାଧ୍ୟମକୁ ଏହି ବିଜ୍ଞପ୍ତି ଦେଇଛନ୍ତି ।