
- ପୋଲିସ୍ ଏନ୍କାଉଣ୍ଟର୍ରେ ଜଗା ଆହତ
- ଏନ୍କାଉଣ୍ଟର୍ ସଂଖ୍ୟା ୩କୁ ବୃଦ୍ଧି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୁଲିସ ଜିଲ୍ଲାରେ ପୁଣି ଏକ ଏନ୍କାଉଣ୍ଟର୍ ହୋଇଛି । ପୋଲିସ୍ ଗୁଳିରେ ଆହତ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଓରଫ ଜଗନ୍ନାଥ ଆହତ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଜଗା ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୋଲିସ୍ ଟିମ ଚଢ଼ାଉ କରିବା ବେଳେ ଜଗା ପୋଲିସ୍ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ୍ର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି । ଆହତ ଜଗାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ମଙ୍ଗଳାଙ୍କୁ ବଡ଼ ବଜାର ଅମ୍ବିକା ନଗର ଅଞ୍ଚଳରେ ଖଣ୍ଡାରେ ହାଣିଲେ ଜଗା ଓ ବଳିଆ । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା । ପୂର୍ବରୁ ଦୁଇଟି ଏନ୍କାଉଣ୍ଟର୍ ହୋଇଥିବା ବେଳେ ବିଳମ୍ବରେ ଆଉ ଏକ ଏନ୍କାଉଣ୍ଟର୍ ହୋଇଥିଲା । ତଥାପି ବ୍ରହ୍ମପୁର ଅଶାନ୍ତ ରହିଥିଲା । ଅପରାଧୀମାନେ ଯଦି ସୁଧାରୀ ବେନି ତେବେ ଏନ୍କାଉଣ୍ଟର୍ ସଂଖ୍ୟା ବୃଦ୍ଧି ପାଇବ ବୋଲି ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।