csstore

ସୀମା ବିବାଦକୁ ନେଇ ଗଣ୍ଡଗୋଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରର ସୀମା ବିବାଦକୁ ନେଇ ଏକ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଥିବା ବେଳେ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏକ ପରିବାରର ସଦସ୍ୟମାନେ । ବେଲପଡ଼ା ଥାନା ଅନ୍ତର୍ଗତ ଫୁଲ୍‌କାନି ଗାଁର ଶ୍ରୀମତୀ ଶଙ୍କରା ହୋତା ନିଜ ସୀମାରେ ଘର ତିଆରି କରୁଥିବା ବେଳେ ତାଙ୍କ ପଡୋଶୀ ବିଶି ଗହିର ତାଙ୍କ ସୀମାରେ ଛପର ପାଣି ପଡ଼ିବ ବୋଲି ପାଟିତୁଣ୍ଡ, ଗାଳି ଗୁଲଜ୍‌ କରିବା ସହ ଶ୍ରୀମତୀ ହୋତାଙ୍କ ପରିବାରର ସଦସ୍ୟମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବେଲପଡ଼ା ଥାନାରେ ଅଭିଯୋଗ ହୋଇଛି । ତେବେ ବେଲପଡ଼ା ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଗତକାଲି ଶ୍ରୀମତୀ ଶଙ୍କରା ହୋତାଙ୍କ ସହ ତାଙ୍କ ପରିବାରର ସଦସ୍ୟମାନେ ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.