pakka

କବିରାଜ ଦୁର୍ଯ୍ୟୋଧନ ସାହୁଙ୍କ ପରଲୋକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଳକ ମାଣ୍ଡିଆଢିପା ନିବାସୀ ଦୁର୍ଯ୍ୟୋଧନ ସାହୁଙ୍କ ୭୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇ ଯାଇଛି । ସ୍ୱର୍ଗତ ସାହୁ ଜଣେ ଅଞ୍ଚଳରେ କବିରାଜ ଓ ଗୀତିକାର ଭାବରେ ବେଶ ପରିଚିତ ଥିଲେ ଓ ନିଜ ଲିଖିତ ଗୀତ ରଚନା କରି ନିଜର ସୁମଧୁର କଣ୍ଠରେ ଶୁଣାଇ ଲୋକଙ୍କୁ ମନୋମୁଗ୍ଧ କରିପାରୁଥିଲେ । ସ୍ୱର୍ଗତ ସାହୁ ପିଲା ଦିନରୁ ଅମିନ ଭାବରେ କାର୍ୟ୍ୟ କରୁଥିଲେ । ଚାରି ପୁଅ ଥବିର ସାହୁ, ନିଲାମ୍ବର ସାହୁ, ମିନକେତନ ସାହୁ, ଡୋଲାମଣି ସାହୁ, ଗୋଟିଏ ନାତୀ ଚାରୀ ନାତୁଣୀଙ୍କୁ ତାଙ୍କ ପଛରେ ଛାଡି ଚାଲିଯାଇଛନ୍ତି । ସ୍ୱର୍ଗତ ସାହୁ ଧନୁଯାତ୍ରା ବିରାଟ ପରାକ୍ରମୀ ଓ ମେଳାପି ଶାନ୍ତ ଶିଷ୍ଠ ଖୁସ୍‌ ମିଜାଜ, ବନ୍ଧୁ ପ୍ରିୟ, ଗ୍ରାମବାସୀଙ୍କ ମଧ୍ୟରେ ବେଶ ସୁସମ୍ପର୍କ ରକ୍ଷା କରିପାରିଥିଲେ । ତାଙ୍କର ଅକାଳ ବିୟୋଗରେ ଗ୍ରାମରେ ତଥା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

two × four =