ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ୩ ଗୁରୁତର

ଦାରିଙ୍ଗବାଡ଼ି : ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ (ଓଡି ୦୨ଆର-୩୬୭୭) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଦାରିଙ୍ଗବାଡ଼ି ଥାନା ଜାତୀୟ ରାଜପଥର ଡୋକାଡାଉ ବୁଲାଣିରେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତରମାନଙ୍କ ମଧ୍ୟରେ ରାତ୍ନୀ ଭୋଇ, ବୀର ଭୋଇ, ସୁଦାମ ଭୋଇଙ୍କୁ ପୋଲିସ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ପଠାଇଛି । ପ୍ରକାଶ ଯେ, ବ୍ରହ୍ମପୁରରୁ ଜଣେ ଯୁବତୀଙ୍କ ମୃତଦେହ ନେଇ ଆମ୍ବୁଲାନ୍ସଟି ୫୯ନଂ ଜାତୀୟ ରାଜପଥର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଦେଇ ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ଅଞ୍ଚଳକୁ ଯାଉଥିଲା । ରାତି ଅନିଦ୍ରା ଥିବାରୁ ଆମ୍ବୁଲାନ୍ସ ଚାଳକଙ୍କ ଆଖି ଲାଗିଯାଇଥିଲା । ଏକ ବୁଲାଣି ରାସ୍ତାର ୱାଲରେ ଯାଇ ପିଟି ହୋଇଥିଲା । ଫଳରେ ମୃତଦେହ ସାଥୀରେ ଥିବା ସମ୍ପର୍କୀୟ ଗୁରୁତର ହୋଇଥିଲେ । ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସେଠାକୁ ପୋଲିସ ଟିମ୍‌ ପଠାଇ ଗୁରୁତରଙ୍କୁ ଉଦ୍ଧାର କରି ଅନ୍ୟ ଆମ୍ବୁଲାନ୍ସରେ ବାଲିଗୁଡ଼ା ପଠାଇଥିଲେ । ସେହିପରି ଅନ୍ୟ ଏକ ଗାଡ଼ିର ବ୍ୟବସ୍ଥା କରି ମୃତଦେହକୁ ଲଣ୍ଡାଗାଁ ପଠାଯିବା ବ୍ୟବସ୍ଥା କରାଯାଇଥିବା ତଦନ୍ତକାରୀ ଅଧିକାରୀ ଅର୍ଜୁନ ଶବର କହିଛନ୍ତି ।

Leave A Reply

Your email address will not be published.

three × three =