ସାଇବର ଠକେଇର ଶିକାର ହେଲେ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି

ସମ୍ବଲପୁର : ସାଇବର ଜାଲରେ ଦୀପାଳି ଦାସ । ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ଜଣାପଡିଛି । ସାଇବର ଠକେଇ ହୋଇଥିବା ନେଇ ସମ୍ବଲପୁର ଅଇଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦୀପାଳି । ଅଇଠାପାଲି ଅଂଚଳର ଆଇସିଆଇସିଆଇ ବ୍ୟାଙ୍କରେ ଥିବା ଦିପାଳୀଙ୍କ ଆକାଉଣ୍ଟରୁ ଟଙ୍କା କଟିଛି । ଘଟଣାଟି ମାର୍ଚ୍ଚ ୬ ତାରିଖ ହୋଇଛି । ପ୍ରଥମେ ଏକ ଲକ୍ଷ ଟଙ୍କା ଓ ପରେ ୫୦ ହଜାର ଟଙ୍କା ଆକାଉଣ୍ଟରୁ କଟିଥିବା ଜଣାପଡିଛି ।

Leave A Reply

Your email address will not be published.

nineteen + fourteen =