pakka

ବୋରୱେଲ ଗାଡିକୁ ଧକ୍କା ଦେଇ ଅଜଣା ଗାଡି ଫେରାର୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରୋଡ୍‌ ସ୍ଥିତ ଗାନ୍ଧୀନଗରପଡା ନିକଟରେ ବୋରୱେଲ ଗାଡିକୁ ଧକ୍କା ଦେଇ ଅଜଣା ଗାଡି ଫେରାର୍‌ ହୋଇଯାଇଥିବା ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପହିଛି । ସୂଚନା ଅନୁସାରେ ବଲାଙ୍ଗିର ସହର ଶାନ୍ତିପଡାରୁ ଗାନ୍ଧୀନଗରପଡାକୁ ଏକ ନଳକୂପ ଖୋଲିବା ପାଇଁ ବୋରୱେଲ ଗାଡି ଆସିଥିଲା । କାମ ସାରି ଫେରୁଥିବା ବେଳେ ହଠାତ୍‌ ଏକ ଅଜଣା ଗାଡି ଆସି ବୋରୱେଲ ଗାଡିକୁ ଧକ୍କା ଦେବା ପରେ ଗାଡିଟି ଘଟଣାସ୍ଥଳରୁ ଫେରାର୍‌ ମାରିଥିଲା । ଏନେଇ ଖବର ପାଇବା ପରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

two × 5 =