pakka

ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ବଡ ଦୁର୍ଘଟଣା : ମୁହାଁମୁହିିଁ କାର୍‌ ଓ କଣ୍ଟେନର, ୫ ଜଣଙ୍କର ମୃତ୍ୟୁ

bbehera

ମୁମ୍ବାଇ : ରବିବାର ସକାଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ କାର ଓ କଣ୍ଟେନର ମୁହାଁମୁହିିଁ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ଖଣ୍ଡାଲା ଡାକ୍ତରଖାନାରେ ରଖାଯାଇଛି । ପୁଣେ ଗ୍ରାମୀଣ ପୋଲିସ ଅଧିକାରୀ କହିଛନ୍ତି ଯେ, ଲୋନାୱଲାର ଶିଲାଟନେ ଗାଁ ନିକଟ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଏକ କାର ଓ କଣ୍ଟେନର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଘଟଣା ବିଷୟରେ ବର୍ତ୍ତମାନ ସୁଦ୍ଧା ଅଧିକ ସୂଚନା ମିଳିନାହିଁ ।

Leave A Reply

Your email address will not be published.

one × 1 =