pakka

ସଡକ ଦୁର୍ଘଟଣାରେ ଗୁରୁତର ଚିନେୟା କଟକ ମେଡିକାଲକୁ ସ୍ଥାନାନ୍ତର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନବାଜାର-ଦାମୋଦରପୁର ଗ୍ରାମ ମଧ୍ୟରେ ଶୁକ୍ରବାର ରାତ୍ର ୭ଟା ବେଳେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଗୋଖରକୁଦା ଗ୍ରାମର ଡି.ଚିନେୟା(୫୬)ଙ୍କ ବ୍ରହ୍ମପୁର ବଡ଼ମେଡିକାଲରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ସୂଚନା ଥାଉକି ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଗୋଖରକୁଦା ଗ୍ରାମର ଚିନେୟା ସମେତ ଡ଼ବ୍ଲ୍ୟୁ.ନାଛେନା ଗୁରୁତର ଆହତ ହୋଇଥିବା ବେଳେ କଲ୍ୟାଣପୁର ଦୁଇଜଣ ଯୁବକ ଆହତ ହୋଇଥିଲେ । ଡି.ଚିନେୟା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ଯୋଗୁଁ ତାଙ୍କ ଚିକିତ୍ସା ନିମନ୍ତେ ରେଡ଼କ୍ରସ ପାଣ୍ଠିରୁ ସହାୟତ ପ୍ରଦାନ ନିମନ୍ତେ ବିଭିନ୍ନ ମହଲରୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

20 + eight =