pakka

ଆହ୍ଲାବାଦ ବ୍ୟାଙ୍କ ନିକଟରେ ଦୁର୍ଘଟଣା

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବ ବର୍ଷର ଦ୍ବିତୀୟ ଦିନ ସନ୍ଧ୍ୟା ସମୟରେ ଚଟୁଅନକାସ୍ଥିତ ଆହ୍ଲାବାଦ ବ୍ୟାଙ୍କ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇଟି ବାଇକ ମୁହାଁମୁହିଁ ହେବା ଫଳରେ ଚଟୁଅନକା ଗ୍ରାମର ଯୁଗୀ ପୁଟେଲ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ରକ୍ଷକ ବିରଞ୍ଚି ନାରାୟଣ ଦାଶ ଘଟଣାସ୍ଥଳରେ ପହଂଚି ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ସହାୟତା କରିବା ପରେ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ବେସରକାରୀ ଗାଡ଼ି ଯୋଗେ ଚିକିତ୍ସା ପାଇଁ ପଠେଇବାର ବ୍ୟବସ୍ଥା କରିଥିଲେ । ଆହତଙ୍କୁ ସମାଜସେବୀ ଆଶିଷ ଜୈନ, ଶିକ୍ଷକ ବିବେକାନନ୍ଦ ରାଏ ମଧ୍ୟ ସାହାଯ୍ୟ କରିଥିଲେ । ପ୍ରକାଶ ଥାଉକି ଦୁର୍ଘଟଣା ଜନିତ ସ୍ଥାନଟି ବ୍ୟାଙ୍କ, ସ୍କୁଲ, ହୋଟେଲ ଓ ପେଟ୍ରୋଲ ପମ୍ପ ଯୋଗୁଁ ସଦାସର୍ବଦା ଜନଗହଳି ହୋଇଥାଏ ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ ତେଣୁ ଉକ୍ତ ଯାଗାରେ ସ୍ପିଡ ବ୍ରେକର ଦେବାକୁ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

13 − twelve =

error: Content is protected !!