pakka

ନବବର୍ଷରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ରକ୍ଷକ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବବର୍ଷକୁ ସ୍ୱାଗତ କରିବାରେ ଜନସାଧାରଣ ମସ୍‌ଗୁଲ୍‌ ଥିବା ବେଳେ ତୁରେକେଲା ଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତୁରେକେଲା ଶେଷ ମୁଣ୍ଡରେ ଥିବା ତାରିଣୀ ମନ୍ଦିର ମୋଡରେ ଦୁଇଟି ମୋଟର ସାଇକଲ ମୁହାଁମୁହିଁ ହେବା ଫଳରେ ତିନିଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ରକ୍ଷକ ବିରଞ୍ଚି ନାରାୟଣ ଦାଶ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ତୁରେକେଲା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ବଡଡକଲା ଗ୍ରାମର ମୁରଲୀ ପରାଭୁଏ ଓ ମକରଧ୍ୱଜ ପୁଟେଲଙ୍କ ବାଇକ ରାଉତମୁଣ୍ଡାର ଶକ୍ତି ଭୋଇଙ୍କ ବାଇକ ଦୁଇଟି ଧକ୍କା ହେବା ଫଳରେ ଉଭୟଙ୍କ ଶରୀରରେ ଆଘାତ ଲାଗିଛି । ଡାକ୍ତର ସ୍ୱାଗତ ଖମାରି, ଡାକ୍ତର ଉମାଶଙ୍କର ସାହୁ ଆହତଙ୍କୁ ଚିକିତ୍ସା କରିବା ପରେ ବଲାଙ୍ଗିର ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ଦୁର୍ଘଟଣା ସ୍ଥଳରେ ପୋଲିସ ଏଏସ୍‌ଆଇ ପ୍ରଭାତ କୁମାର ସାହୁ, ବିକ୍ରମ ଚନ୍ଦ୍ର ପ୍ରଧାନ, ଶିକ୍ଷକ ବିବେକାନନ୍ଦ ରାଏ, ସୋନୁ ନାୟକ ଉପସ୍ଥିତ ରହି ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିଥିଲେ । ପ୍ରକାଶ ଥାଉକି ତୁରେକେଲାର ତାରିଣୀ ମନ୍ଦିର ମୋଡ, ମହାବିଦ୍ୟାଳୟ ମୋଡ ଓ ଲାଠୋରରାସ୍ତା ମୋଡପାଖରେ ସଦାସର୍ବଦା ଦୁର୍ଘଟଣା ଘଟୁଛି ତେଣୁ ପ୍ରଶାସନ ପକ୍ଷରୁ ଉକ୍ତ ଯାଗାରେ ସ୍ପିଡ ବ୍ରେକର ଦେବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

1 + twelve =