ls

ନଡ଼ିଆ ବୋଝେଇ ଗାଡି ଓଲଟି ଦୁଇ ଆହତ

2020

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଅଧୀନ ଲୋଇସିଂହା-ଭରସୁଜା ରାସ୍ତାର କରକଚିଆ ଛକ ଠାରେ ଶନିବାର ବିଳମ୍ବିତ ରାତି ୨ ଟାରେ ରାୟପୁରରୁ ବଲାଂଗିର ଯାଉଥିବା ଏକ ନଡ଼ିଆ ବୋଝେଇ ବୋଲେରୋ ପିକଅଫ ଗାଡି (ନଂ-ସିଜି ୦୪ ଏନଡି ୬୬୫୧) ଓଲଟି ପଡିଥିବା ଜଣାଯାଇଛି । ଫଳରେ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର ଉଭୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଂଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଗାଡି ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ସମସ୍ତ ନଡ଼ିଆ ଚୋରି କରି ନେଇ ଯାଇଥିବା ଜଣାଯାଇଛି । ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.