pakka

ବସ୍ ଦୁର୍ଘଟଣା : ୫ ଯାତ୍ରୀ ଗୁରୁତର

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ଥାନା ମଶିଣାପଡା ମେହେରୁଣୀ ନାଳ ନିକଟରେ ଡ଼ଲଫିନ ନାମକ ଏକ ଘରୋଇ ବସ୍‌ ଦୁର୍ଘଟଣାଗ୍ର‌ସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୩ଟା ସମୟରେ କଟକରୁ ରାୟପୁର ଯାଉଥିବା ଏକ ଘରୋଇ ବସ୍ ଡଲଫିନ୍(ଓଡ଼ି ୦୫ ଏ.ଏଲ. ୭୧୬୫) ମସିଣାପଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସରେ ୩୫ ଜଣ ଯାତ୍ରୀ ବସିଥିଲେ, ସେମାନେ ସୁରକ୍ଷିତ ଥିବା ଜଣାପଡିଛି । ଘଟଣା ସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

5 × one =