pakka

ପୂର୍ବତନ ଆର୍‌ଆଇଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

bbehera

ପୁରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଆର୍‌ଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପୁରୀ ଅଫିସ୍ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି ଘର, ବାଲିଘାଟ ଓ ପେଣ୍ଠକଟାରେ ଥିବା ବାସଭବନ ଓ କେନ୍ଦ୍ରାପଡ଼ାର ପୈତୃକ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍‌ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି । ଏବେ ମଧ୍ୟ ରେଡ ଜାରି ରହିଛି । ତେବେ ଯାଗାବାଡ଼ି କାରବାର ନେଇ ବିଭିନ୍ନ ସମୟରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଭିଜିଲାନ୍ସ ପ୍ଲାନ ମୁତାବକ ସକାଳୁ ସକାଳୁ ରେଡ କରିଛି ।

jay balangir
Leave A Reply

Your email address will not be published.

18 − 9 =

error: Content is protected !!