ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବାସୁଦେବପୁର : ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ଛକ ନିକଟରେ ଗତକାଲି ରାତିରେ ଅଜଣା ଗାଡି ଧକ୍କାରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ବାସୁଦେବପୁର ମୁନସିପଲାଟି ପାରା ଗ୍ରାମର ବଂଶୀଧର ବାରିକ ଓ ଗୁରୁତର ପୁଅ ଜଣକ ହେଲେ ପ୍ରଫୁଲ୍ଲ ବାରିକ । ସୂଚନା ଅନୁସାରେ ସୋମବାର ରାତିରେ ବାପା ପୁଅ ଏକ ବାଇକ ଯୋଗେ ବାସୁଦେବପୁର ଅଭିମୁଖେ ଆସୁଥିଲେ । ବେତଡା ପେଟ୍ରୋଲ ପମ୍ପ ନିକଟରେ ପଛରୁ ଏକ ଗାଡି ଆସି ବାଇକକୁ ଧକ୍କା ଦେଇ ଗାଡିଟି ଫେରାର ହୋଇଯାଇଥିଲା । ବଂଶୀଧର ଓ ପ୍ରଫୁଲ ତଳେ ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ବଂଶୀଧର ଓ ପ୍ରଫୁଲ୍ଲକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବାସୁଦେବପୁର ଡାକ୍ତରଖାନା ପଠାଇଥିଲେ । ସେଠାରେ ବଂଶୀଧରକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପ୍ରଫୁଲ୍ଲଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା କରିବାକୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.

3 × two =