ଧାନରେ କଟନୀଛଟନୀ ବନ୍ଦ ଦାବୀ ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ରାସ୍ତାରୋକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ପେକ୍ସରେ ଦୀର୍ଘବର୍ଷ ହେଲା ଧାନରେ କଟନୀଛଟନୀ ହେଉଥିବା ଚାଷୀମାନେ ଅଭିଯୋଗ କରିଆସୁଥିଲେ । ଆଉ ଏଥିପାଇଁ ସେମାନେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଅଭିଯୋଗ କରିଥିଲେ । ଏହାପରେ ଆଜି ବିଧାୟକ ଶ୍ରୀ ସାଲୁଜା ନିଜେ ପେକ୍ସକୁ ହଠାତ ଆସିବା ସହ ଅଭିଯୋଗର ସତ୍ୟତା ଜାଣିଥିଲେ । ପରେ କଟନୀ ଛଟନୀ ବନ୍ଦ ଦାବୀ କରି ବିଧାୟକ ନିଜେ ଚାଷୀମାନଙ୍କ ସହ ତୁରେକେଲା – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଯେ ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଁଚିବେ ନାହିଁ ରାସ୍ତା ରୋକ ହଟିବ ନାହିଁ ବୋଲି ବିଧାୟକ କହିଛନ୍ତି । ସୂଚନା ମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିଲା ।

Leave A Reply

Your email address will not be published.

3 + sixteen =