ରାସ୍ତାକଡରେ ରଖାଯାଇଥିବା ବୋମା ଉପରେ ଚଢିଗଲା ବସ୍ : ୭ ମୃତ, ୬ ଗୁରୁତର

ନୂଆଦିଲ୍ଲୀ : ଆଫଗାନିସ୍ତାନର ବଲ୍‌ଖ ପ୍ରଦେଶରେ ଆଜି ଏକ ବଡ଼ ବୋମା ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଏହି ବୋମା ବିସ୍ଫୋରଣ ବଲ୍‌ଖ ପ୍ରଦେଶର ରାଜଧାନୀ ମଜାର-ଏ-ସରିଫରେ ଘଟିଛି । ଏଠାରେ ମଙ୍ଗଳବାର ଦିନ ସରକାରୀ କର୍ମଚାରୀଙ୍କ ଏକ ବସ୍ ରାସ୍ତା କଡ଼ରେ ଥିବା ବୋମା ଉପରେ ଚଢିଯାଇଥିଲା । ଫଳରେ ବଡ଼ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ, ବିସ୍ଫୋରଣ ଅତ୍ୟନ୍ତ ଭୟଙ୍କର ଥିଲା । ଏହାର ଶଦ୍ଧ ବହୁ ଦୂରରୁ ଶୁଣାଯାଇଥିଲା । ବସ୍‌ରେ ଥିବା ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ ।

Leave A Reply

Your email address will not be published.

19 − 11 =