pakka

ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପିଟିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲ୍‌ପର

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ଉପରେ ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା । ଗତ ୨୫ତାରିଖ ରାତିରେ ‌ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ସାଗରପାଲି କଲୋନୀ ନିକଟରେ ଏକ ମାଲବାହୀ ଗାଡ଼ି ରାସ୍ତା କଡ଼ରେ ଏକ ଗଛକୁ ଧକ୍କାଦେଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାକୁ ୩ଦିନ ହୋଇ ସାରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନ ଥିବାରୁ ସେହି ଗାଡ଼ିର ପଛପଟକୁ ରବିବାର ରାତିରେ ପୁଣି ଏକ ମାଳବାହୀ ଗାଡ଼ି (ଏପି ୩୧ ଟିଏଫ ୧୫୧୫) ଧକ୍କା ଦେଇଥିବା ଦେଖିବାକୁ ମିଳିଛି । ବିଭାଗୀୟ କର୍ମଚାରୀ ଓ ପୁଲିସ ପ୍ରଶାସନର ଖାମଖିଆଲି କାର୍ଯ୍ୟକଳାପ ଯୋଗୁଁ ରାସ୍ତାରେ ଦୁର୍ଘଟଣା ଘଟିଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

thirteen + 5 =