ନବଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଦୁର୍ଗାମଣ୍ଡପ ନିକଟରେ ସ୍ଥାନୀୟ ଶାରଳା ଶକ୍ତିପୀଠର ନବଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ସକାଶେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏହି ଅବସରରେ ଶାରଳା ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଅଧ୍ୟକ୍ଷ ଦେବୀପୁତ୍ର ମୁରଲୀ ଭୋଇ, ଆୟୋଜକ କମିଟି ସଭାପତି ସୁଶିଲ ପାଣ୍ଡେ ଓ ସମ୍ପାଦକ ରବୀନ୍ଦ୍ର ପଟେଲଙ୍କ ସମେତ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଆସନ୍ତା ଏପ୍ରିଲ ୮ରୁ ୧୮ ତାରିଖ ପର୍ଯ୍ୟନ୍ତ ମା’ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ ଭଜନକୀର୍ତ୍ତନ, ଚଣ୍ଡୀପାଠ, ହୋମଯଜ୍ଞ, ପ୍ରବଚନ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏଥିସହିତ ଇଚ୍ଛୁକ ଶ୍ରଦ୍ଧାଳୁ ଦେବୀଙ୍କ ନିକଟରେ ତ୍ରିଦିନାତ୍ମକ ଅଥବା ନବଦିନାତ୍ମକ ଭାବେ ଅଖଣ୍ଡ ଜ୍ୟୋତି ଜଳାଇ ପାରିବେ । ପ୍ରତ୍ୟହ ସକାଳ ୬ଟାରେ ଦେବୀଙ୍କ ମଙ୍ଗଳ ଆଳତୀ ତଥା ନୀତିପୂଜା, ୮ଟାରେ ଅବତାର ପୂଜା, ୧୦ଟାରେ ସକାଳ ଆଳତୀ, ପୁଷ୍ପାଞ୍ଜଳି ଓ ବାଳଭୋଗ ଅର୍ପଣ, ଅପରାହ୍ନ ୧ଟାରେ ଚଣ୍ଡୀପାଠ ଓ ପରେ ହୋମଯଜ୍ଞ ତଥା ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।

Leave A Reply

Your email address will not be published.

11 − 9 =