ଦୁର୍ଦ୍ଦିନରେ ଲୋକ କଳାକାର : ସରକାର ଆଉ କେବେ ଦେଖିବେ

ସମ୍ବଲପୁର, (ଦାମୋଦର ପଣ୍ଡା) : ଏବେ ଚାଲିଛି ପାର୍ବଣର ଋତୁ । ନୂଆଁଖାଇ, ଗଣେଶ ପୂଜାଠୁ ଆରମ୍ଭ ହୋଇ ବିଶ୍ଵକର୍ମା ପୂଜା, ନବରାତ୍ର, ଦୀପାବଳୀ ଆଦି ପର୍ବ ସବୁ ବନ୍ଦ କରୋନା କଟକଣା ଯୋଗୁଁ । ଅର୍କେଷ୍ଟ୍ରା, ନାଚଗୀତ ସବୁ ବନ୍ଦ । ଏହା ଉପରେ ନିର୍ଭର କରୁଥିବା ଶହ ଶହ କଳାକାର ହାତ ବାନ୍ଧି ବସିଛନ୍ତି । ଘୋର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେହେତୁ ସରକାରୀ ସ୍ତରରେ ଏମାନେ ସ୍ଵୀକୃତିପ୍ରାପ୍ତ ନୁହନ୍ତି ଓ ସରକାରଙ୍କ ଭୋଟ ବ୍ୟାଙ୍କ ବି ନୁହନ୍ତି, ଏମାନଙ୍କ ପାଇଁ ସରକାରଙ୍କ ନା ଅଛି କିଛି ଦରଦ ନା କିଛି ଯୋଜନା, ଏଭଳି ସ୍ଥିତିରେ ଦୁଃଖ ବୁଝିବ ବା କିଏ ? କିଛି ଉଦାହରଣ ଦେଲେ ଏଠି ଅପ୍ରାସଂଗିକ ହେବ ନାହିଁ ।


ଗୁରୁବାରୀ ମିର୍ଦ୍ଧା : ସରକାରୀ ଅବହେଳା
ଡାଲଖାଇ ନୃତ୍ୟର ପ୍ରଚାର୍ ପ୍ରସାର ଦିଗରେ ପ୍ରତିକୂଳ ପରିସ୍ଥିତିରେ ଏକ ଉଲ୍ଲେଖୀୟ ଭୂମିକା ଗ୍ରହଣ କରିଥିବା ବେଳେ ଓ ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ତତ୍କାଳୀନ ପ୍ରଧନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ସହ ନାଚିଥିଲେ । ଶେଷ ପର୍ୟ୍ୟନ୍ତ ତାଙ୍କୁ ଇନ୍ଦିରା ଆବାସ ଯୋଗାଇ ପାରିଲେନି, ଆଉ ଅଧିକ ବିଡ଼ମ୍ବନା କଣ ହେଇ ପାରେ ।


ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ : ଭଙ୍ଗା ଘରେ ଚକାଜହ୍ନ
ଏ ବର୍ଷ ବନ୍ୟାରେ ଭାଙ୍ଗି ଯାଇଛି ଏଇ ବିଶ୍ଵ ପ୍ରସିଦ୍ଧ ଗାୟକଙ୍କ ଘର । ସହଯୋଗ ତ ଦୂରର କଥା, ଦେଖିବା ପାଇଁ ବି ପ୍ରଶାସନର ଫୁରସତ ନାହିଁ । ରଙ୍ଗବତୀ ଗୀତରେ ଅଛି, ଭଙ୍ଗା ଘରେ ଚକା ଜହ୍ନ, ଘର ଭିତରୁ ଜହ୍ନ ଦିଶୁଛି…. ।


ବର୍ତମାନ ସ୍ଥିତି : ଶହ ଶହ କଳାକାର ଦୁସ୍ଥିତିରେ
ସବୁ ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ରହିଛି । ସାମ୍ବାଦିକଙ୍କ ଠୁ ବିପିଏଲ ଯାଏଁ ଚିହ୍ନଟ କରାଯାଇଛି । କିନ୍ତୁ ସଂସ୍କୃତିକୁ ସମୃଦ୍ଧ କରୁଥିବା ପାରମ୍ପରିକ କଳା, ସଙ୍ଗୀତ, ନୃତ୍ୟ ଗୀତ ମାଧ୍ୟମରେ ଦେଶ ବିଦେଶରେ ଗୌରବ ଆଣୁଥିବା କଳାକାର ଚିହ୍ନଟ ମଧ୍ୟ ହେଇ ନାହାନ୍ତି । ଏଥର ସେମାନଙ୍କ ପାଇଁ ପାର୍ବଣର ଋତୁ ଦୁର୍ଦ୍ଦିନର ଋତୁ ପାଲଟିଛି ।


ବିନା ପଞ୍ଚବାଦ୍ୟରେ ଶକ୍ତିପୂଜା
ଦଶହରା ପୂଜା ବେଳେ ଢୋଲ, ନିଶାନ, ତାସା, ମହୁରୀ ଓ ଝଂ।ଜ ଆଦି ପଞ୍ଚ ବ।ଦ୍ୟ ସୁରରେ ମା’ଙ୍କ ପ୍ରିୟ ଜଣାଣ ମାଲେଶ୍ୱରୀ ପରିବେଷଣ କରାଯାଏ । ଏଥର ବିନା ଭରନିରେ ମା’ଙ୍କ ଚଣ୍ଡୀପୂଜା ଅନୁଷ୍ଠିତ ହେବ ।

Leave A Reply

Your email address will not be published.