କଂଟାବାଂଜି ମହିଳା ମହାବିଦ୍ୟାଳୟରେ ଚୋରୀ : ଅଧ୍ୟକ୍ଷଙ୍କ ଦ୍ୱାରା ଥାନାରେ ଏତଲା

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରର ମୁଖ୍ୟ କେନ୍ଦ୍ର ସ୍ଥଳରେ ଥିବା ମହିଳା ମହାବିଦ୍ୟାଳୟରେ ଚୋରୀ ହୋଇଥିବା ଘଟଣା ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ବୁଧବାର ସକାଳୁ ଅଧ୍ୟକ୍ଷ ପୁରୋହିତ ମହାବିଦ୍ୟାଳୟକୁ ଯିବା ପରେ ଜିନିଷପତ୍ର ଚୋରୀ ହୋଇଥିବା ଜାଣିବାକୁ ପାଇଲେ । ଏହା ପରେ ଖବର ନେବାରୁ ଜଣାଯାଏ ଯେ ମଂଗଲବାର ରାତିରେ ଚୋରୀ ହୋଇଛି । ଫଳରେ ବୁଧବାର ଦିନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏପରିକି ଜୁନିୟର ମହିଳା ମହାବିଦ୍ୟାଳୟରେ ମଧ୍ୟ ଜିନିଷପତ୍ର ଚୋରୀ ହୋଇଥିବା ଜଣାପଡିଛି । ପ୍ରକାଶ ଥାଉ କି, ମହାବିଦ୍ୟାଳୟର ନାଇଟ ୱାଚର କମ୍‌ ପିଅନ ଘଟଣା ଦିନ ଛୁଟିରେ ଥିବାରୁ ଏହାର ସୁଯୋଗ ନେଇ ଚୋରୀ ହୋଇଥିବା ସଂଦେହ କରାଯାଉଥିବା ବେଳେ ଥାନା ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର ଅଭିଯୋଗ ଉପରେ ଅନୁସଂଧାନ ଜାରି ରଖିଥିବା ଜଣାଯାଏ ।

Leave A Reply

Your email address will not be published.