
- ଐତିହାସିକ ୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲ ଚଳଚଞ୍ଚଳ
- ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ସୋମେଶ୍ଵର ମହାଦେବଙ୍କୁ ଦର୍ଶନ କରି ଜଳଲାଗି କରିଥିଲେ । ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ସମସ୍ତ ଭକ୍ତଙ୍କ ବିଶେଷ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ଟ୍ରଷ୍ଟ କମିଟି, ସ୍ଥାନୀୟ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ଅଞ୍ଚଳର ବିଭିନ୍ନ ସଂଗଠକ ଓ ସଂଗଠନର ସମାଜକର୍ମୀମାନେ ସହଯୋଗ କରିଥିଲେ । ଆଜି ଭୋରରୁ ମନ୍ଦିର ଖେଲାଯିବା ପରେ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଭକ୍ତମାନେ ଲାଇନରେ ରହି ବାବାଙ୍କ ଦର୍ଶନ କରିଥିଲେ । ଟ୍ରଷ୍ଟ କମିଟି ସଭାପତି ମାଣିକ ଚନ୍ଦ ଜୈନ, ଆବାହକ ଅନିଲ କୁମାର ତ୍ରିପାଠୀ, ସମ୍ପାଦକ କ୍ଷୀରସିନ୍ଧୁ ଭୋଇ, ମଞ୍ଜେସ ମେହେର, ପରମାନନ୍ଦ ଭୋଇ, ପ୍ରହଲ୍ଲାଦ ସାହୁ, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, ଗୋପୀନାଥ ସାହୁ ପ୍ରମୁଖ ସ୍ଥିତି ସମୀକ୍ଷା କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ମୁଖ୍ୟ ପୂଜକ ଜଗମୋହନ ତ୍ରିପାଠୀ, ମେଘନାଦ ତ୍ରିପାଠୀ, ରବି ତ୍ରିପାଠୀ, ଶିବା ତ୍ରିପାଠୀ, ରିଙ୍କୁ ପଣ୍ଡା, ବିଶ୍ୱନାଥ ପାଢି ଓ ସୁଧାଂଶୁ ମୁଣ୍ଡ, ସୋମ ତ୍ରିପାଠୀ, ଆୟୁଷ ଷଡଙ୍ଗୀ ପ୍ରମୁଖ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ । ଟ୍ରଷ୍ଟ କମିଟିର ଇନ୍ଦ୍ରମଣି ଭୋଇ, ଧନିରାମ ଭୋଇ, ବରିଷ୍ଠ ସାମ୍ବାଦିକ ହୁଲେଶ୍ୱର ହଂସ, ଗଣେଶ୍ୱର ସାହୁ, ନବକିଶୋର ଭରା଼ସଗରିଆ ପ୍ରମୁଖ ଧାଡ଼ି ଦର୍ଶନରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ପାଇଁ ଦାୟିତ୍ଵ ନିଭାଇଥିଲେ । ସିନ୍ଧେକେଲା ପୋଲିସ ସହ ମନ୍ଦିର ସୁରକ୍ଷାଗାର୍ଡମାନେ ସାମିଲ ହୋଇ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।