jayashree

‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଏବଂ ଏକ ‘ବିକଶିତ ଭାରତ’ ଗଠନ ଦିଗରେ ନିଜର ସାମୂହିକ ସଂକଳ୍ପକୁ ଦୋହରାଇବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ତ୍ରିରଙ୍ଗା ପତାକା ଭାରତର ଗୌରବର ପ୍ରତୀକ ଏବଂ ଦେଶ ପାଇଁ ସର୍ବୋତ୍ତମ ଯୋଗଦାନ ଦେବାକୁ ପ୍ରତ୍ୟେକ ନାଗରିକ ପାଇଁ ଏହା ଏକ ନିରନ୍ତର ପ୍ରେରଣାର ଉତ୍ସ।
ଶ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି ଯେ ଚଳିତ ବର୍ଷର ‘ହର ଘର ତିରଙ୍ଗା’ ଅଭିଯାନ ‘ବନ୍ଦେ ମାତରମ୍’କୁ ସମର୍ପିତ, କାରଣ ଦେଶ ଏହି ରାଷ୍ଟ୍ରୀୟ ସଙ୍ଗୀତର ୧୫୦ତମ ଜୟନ୍ତୀ ପାଳନ କରୁଛି।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଆମ ତ୍ରିରଙ୍ଗା ଆମର ଗୌରବ ଏବଂ ଦେଶ ପାଇଁ ସର୍ବଦା ଶ୍ରେଷ୍ଠ ଯୋଗଦାନ ଦେବା ନିମନ୍ତେ ଏହା ଏକ ନିରନ୍ତର ପ୍ରେରଣାର ଉତ୍ସ।
ଆସନ୍ତୁ ‘ହର ଘର ତିରଙ୍ଗା’ (#HarGharTiranga) ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରିବା ଏବଂ ଏକ ‘ବିକଶିତ ଭାରତ’ ଗଠନ ଦିଗରେ ନିଜର ସାମୂହିକ ସଂକଳ୍ପକୁ ଦୋହରାଇବା। ଖୁସିର ବିଷୟ ଯେ ଚଳିତ ବର୍ଷର ଏହି ପ୍ରଚେଷ୍ଟା ‘ବନ୍ଦେ ମାତରମ୍’କୁ ସମର୍ପିତ ଏବଂ ତାହା ପୁଣି ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେ ଏହାର ୧୫୦ତମ ଜୟନ୍ତୀ ପାଳନ କରୁଛୁ ।

Leave A Reply

Your email address will not be published.